ଟ୍ରକ ପଛକୁ ପିଟିଲା ହାଇୱା,୧ ମୃତ

0 494

ବାରଙ୍ଗ,୧୩/୪(ଏସଏସନିୟୁଜ) ଚନ୍ଦକା ଥାନା ଅଧିନସ୍ଥ ଜଙ୍ଗଲ ଭିଉ ହୋଟେଲ ନିକଟରେ ଥିବା ଏକ ବ୍ୟାଟେରୀ ଗୋଦାମ ସମ୍ମୁଖରେ ଟ୍ରକ୍ କୁ ପଛପଟୁ ପିଟିଲା ହଇୱା।ଘଟଣାସ୍ଥଳରେ ହାଇୱା ଚଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି।ସୂଚନାନୁସାରେ ମଙ୍ଗଳବାର ରାତି ପ୍ରାୟ ୮ ସମୟରେ ଚନ୍ଦକା ଆଡୁ ଦୃତଗତିରେ ଓଡି୦୨-ଏଏଚ୍‌-୪୦୯୮ନଂ ହାଇୱା ଆସୁଥିବା  ବେଳେ  ବ୍ୟାଟେରୀ ଗୋଦାମ ସମ୍ମୁଖରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା।ଫଳରେ ଘଟଣାସ୍ଥଳରେ ହାଇୱା ଚାଳକଙ୍କ ମୃତ୍ୟୁ ଘଟିଛି।ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ି ସହ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।ମୃତ୍ୟୁବରଣ କରିଥିବା ଚାଳକ ଖୋର୍ଦ୍ଧାସଦର ଢିହପୁର ଗ୍ରାମର ସଚିଦାନନ୍ଦ ଜୟସିଂ(୪୫) ବୋଲି ଜଣାପଡିଛି।

Leave A Reply

Your email address will not be published.