ଟ୍ରକ୍‌-ଟାଟା ଏସ୍‌ଇ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

0 370

ଚୌଦ୍ୱାର, ୧୪/୩(ଏସଏସନିଉଜ) ପୁରୁଣା କଟକ-ସମ୍ବଲପୁର ରାସ୍ତାର କଖଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କଖଡି ଗ୍ରାମର ସୁରେନ୍ଦ୍ର ସାହୁଙ୍କ ପୁଅ କାର୍ତିକ ସାହୁ ମୃତ୍ୟୁବରଣ କରିଛନ୍ତି । କାର୍ତିକ ନଂ.ଓଡି-୦୫- ଏପି-୫୩୭୪ ଟାଟାଏସି ନେଇ ସମ୍ବଲପୁରରୁ ଫେରୁଥିବା ବେଳେ କଖଡି ନିକଟରେ ଏକ ମାଲବୋଝେଇ ଟ୍ରକ ଏମ୍‌ଏଚ୍‌-୪୦-ବିଏଲ୍‌- ୮୦୪୫ ସହ ମୁହଁମୁହିଁ ଧକ୍କା ହୋଇଥିଲା ।ଖବର ପାଇ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଁଚି କାର୍ତିକ ଓ ହେଲପରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡମେଡିକାଲ ପଠାଇଥିବାବେଳେ ସେଠାରେ ଡାକ୍ତର କାର୍ତିକକୁ ମୃତ ଘୋଷଣା କରିଥିଲେ ।ତେବେ ହେଲପର ଗୁରୁତର ଥିବାର ଜଣାପଡିଛି । ଚୌଦ୍ୱାର ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ ଗାଡିକୁ ଜବତ କରିବା ସହ ଟ୍ରକ ଚାଳକ ଓ ହେଲପରକୁ ଥାନାରେ ଅଟକ ରଖିଛି ।

 

 

Leave A Reply

Your email address will not be published.