ତୃତୀୟ ସରକାରୀ କୋଭିଡ୍‌-୧୯ ହସ୍‌ପିଟାଲ କୁ ମୁଖ୍ୟମନ୍ତ୍ରୀ କଲେ ଲୋକାର୍ପଣ

0 227

ଭୁବନେଶ୍ୱର,୬/୪(ଏସ୍‌ଏସ୍‌ନିୟୁଜ୍‌) କରୋନାଭୁତାଣୁ(କୋଭିଡି-୧୯) ର ସଂକ୍ରାମଣ କୁ ପ୍ରତିହତ କରିବା ନିମନ୍ତେ ଓଡିଶା ସରକାର ଗ୍ରହଣ କରିଥିବା ବିଭିର୍ଣ ପଦକ୍ଷପ ଉପରେ ରାଜ୍ୟସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ,ସୁଚନା ଓ ଲୋକସଂପର୍କ କମିସନର ତଥା ଶାସନସଚିବ ସଂଜୟକୁମାର ଏବଂ ମିସନଶକ୍ତରି କମିଶନର ତଥା ନର୍ଦ୍ଦେଶକ ସୁଜାତା କାର୍ତିକେୟନ୍ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।
ଓଡିଶାରେ ତୃତୀୟ ସରକାରୀ କୋଭିଡ୍‌-୧୯ ହସ୍‌ପିଟାଲ କାର୍ଯ୍ୟ କରିଛି । ମହାନଦୀ କୋଲ୍ ଫିଲଡସ୍ର ସହଯୋଗରେ ସୋଆ କ୍ୟାମ୍ପସ୍‌ରେ ନିର୍ମିତ ୫୦୦ଶର୍ଯ୍ୟା ସହ ୨୫ଶର୍ଯ୍ୟାବିଶିଷ୍ଟ ଆଇସିୟୁରେ ରହିଥିବା ଏହି ହସ୍‌ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟାନାୟକ ଲୋକାର୍ପଣ କରିଛନ୍ତି । ହସ୍‌ପିଟାଲର ଡାକ୍ତର ଓ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନଙ୍କ ସହିତ ମତବିନିମୟ ପୁର୍ବକ କୋଭିଡ-୧୯ ମହାମାରୀ ସମୟରେ ଲୋକଙ୍କ ସେବା ନିମନ୍ତେ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । କୋଭିଡି-୧୯ର ମୁକାବିଲାପାଇଁ ରାଜ୍ୟସରକାର ଙ୍କ ସମସ୍ତ ପ୍ରଚେଷ୍ଟା ଓ ପଦକ୍ଷପକୁ କେନ୍ଦ୍ରପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦପ୍ରଧାନ ଉଚ୍ଚପ୍ରଶଂସା କରିଛନ୍ତି ।ରାଜ୍ୟରେ ବର୍ତମାନ୧୫୪୭ ଶର୍ଯ୍ୟା ବିଶିଷ୍ଟ ୭ଟି ସ୍ୱତନ୍ତ୍ର କୋଭିଡ୍ ହସପିଟାଲ କାର୍ଯ୍ୟକ୍ଷମ ହୋଇସାରିଛି ।କଟକରେ ଅଶ୍ୱିନୀ ହସପିଟାଲ,ଯାଜପୁର ଡୁବୁରୀଠାରେ ଟାଟା ହସପିଟାଲ,.କେଉଁଝର ଜିଲ୍ଲାର ଯୋଡାଠାରେ ଟାଟା ହସପିଟାଲ,ଖୋର୍ଦ୍ଧାଜିଲ୍ଲାର ଭୁବନେଶ୍ୱରସ୍ଥିତ କିମସ ଓ ସମ୍ ହସପିଟାଲ,ପୁରୀର ଆଇଡି ହସପିଟାଲ,ଏବଂ ସୁନ୍ଦରଗଡ ଜିଲ୍ଲାର ରାଉରକେଲାଠାରେ ହାଇଟେକ୍ ମେଡିକାଲ କଲେଜରେ ଏହିସେବା ଉପଲବ୍ଧ ହେଉଛି ।ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋରଦାସ ତଥା ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୁର୍ଣ ସମୀକ୍ଷା ବୈଠକରେ ଅଧକ୍ଷତା କରି ଦକ୍ଷିଣଓଡିଶା ଓ ପଶ୍ଚିମଓଡିଶାରେ କୋଭିଡି-୧୯ ପରୀକ୍ଷଣ ସୁବିଧା (ଟେଷ୍ଟିଂ) କୁ ତ୍ୱାରାନ୍ୱିତ କରିବା ଏବଂ ଯଥା ସମ୍ଭବ ଅଧିକ ପରୀକ୍ଷଣ କରିବାଉପରେ ଗୁରୁତ୍ୱ ଦେଇଛନ୍ତି ।

ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ (ଆଇଆଇପିଏଚ୍‌)ଙ୍କ ଦ୍ୱାରା ଓଡିଶା ସରକାରଙ୍କୁ ପ୍ରଦତ ରିପୋର୍ଟରୁ ଜଣାପଡିଛି ଯେ,ଓଡିଶା ରାଜ୍ୟ ବର୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରାମଣ ଅର୍ଥାତ ତୃତୀୟ ପର୍ଯ୍ୟାୟକୁ ପ୍ରବେଶ କରିନାହିଁ । ଏପର୍ଯ୍ୟନ୍ତ ମିଳିଥିବା କୋଭିଡି-୧୯ ଦ୍ୱାରା ସଂକ୍ରାମିତ ବ୍ୟକ୍ତିବିଶେଷଙ୍କର ବାହାରକୁ ଗ୍ରସ୍ଥ ସମ୍ଭଦ୍ଧୀୟ ଇତିହାସ ରହିଛି ବା ସେମାନେ କୋଭିଡି-୧୯ ସଂକ୍ରମିତ ବ୍ୟକ୍ତି ବିଶେଷଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଛନ୍ତି । ଅବଶ୍ୟ ଭୁବନେଶ୍ୱର କେତେକ ନିଦ୍ଦିଷ୍ଟ କ୍ଲଷ୍ଟର ରେ ସ୍ଥାନୀୟ ସଂକ୍ରମଣ ହୋଇଛି ।କରୋନା ସଂକ୍ରମଣ ପ୍ରବଣ ଅଂଚଳ ଭାବେ ଚିହ୍ନିତ ହୋଇଥିବା ସ୍ଥାନଗୁଡିକରେ ରୋଗନିରିକ୍ଷଣ କାର୍ଯ୍ୟକ୍ରମକୁ ସକ୍ରିୟ କରାଯାଇଛି ଏବଂ ସଂପୃକ୍ତ ଅଂଚଳଗୁଡିକୁ ବ୍ୟାପକ ବିଶୋଧନ କରିବାପ୍ରକିୟା ଜାରି ରହିଛି ବୋଲି ବାଗ୍‌ଚୀ କହିଛନ୍ତି ।

Leave A Reply

Your email address will not be published.