ଉଦାହରଣ ସୃଷ୍ଟି କଲେ ସେଲୁନ୍ ମାଲିକ

0 230

                  ସଂକ୍ଷେପରେ ସକାଳର ଖବର ତାରିଖ ୧୧/୦୫/୨୦, ସୋମବାର
୧-କରୋନାର ଲମ୍ବ ଡିଆଁ : ଦିନକରେ ୮୩,ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭, ୩ ମୃତ। ଗଞ୍ଜାମରେ ୧୨୫।
୨-ଅନୁଗୋଳ ଓ ବୌଦ୍ଧ ନୂଆ କରୋନା ଜିଲ୍ଲା।ରେଡ ଜୋନ୍ ତାଲିକାରେ ସାମିଲ ହେଲା ଅନୁଗୁଳ ଜିଲ୍ଲା।ରାଜ୍ୟରେ ମୋଟ୍ ୨୧ ଜିଲ୍ଲାରେ କରୋନା କେସ୍ ।
୩-ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ,ତୃତୀୟ ଦିନରେ ସରିଲା ତିନି ରଥର ତୁମ୍ବ, ବିନ୍ଧ ଓ ଗୁଜ।
୪-କରୋନା ମହାମାରୀ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ବେଳେ,୫୦୦୦ କ୍ରୀଡ଼ାବିତ୍‌ଙ୍କୁ ଘରେ ଅଭ୍ୟାସ ପାଇଁ ସବୁ ସୁବିଧା ଯୋଗାଇବା ସହିତ ଶାରୀରିକ ଅଭ୍ୟାସକୁ କିପରି ବଜାୟ ରଖାଯାଇପାରିବ ସେ ନେଇ କିଟ୍ ଓ କିସ୍ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ।
୫-୫ଟି ଟ୍ରେନ୍‌ରେ ଓଡ଼ିଶା ଆସୁଛନ୍ତି ପ୍ରାୟ ୫ ହଜାରରୁ ଅଧିକ ପ୍ରବାସୀ।
୬-ଗଞ୍ଜାମ ପୋଲସରା ବ୍ଲକ ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତର ସରପଞ୍ଚ ସେମାନଙ୍କ ପଞ୍ଚାୟତକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କଲେ।
୭-ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ମନମୋହନ ସିଂହ ଏମ୍ସରେ ଭର୍ତ୍ତି।
୮-ଚେନ୍ନାଇ:ଅନ୍ୟପାଇଁ ଉଦାହରଣ ସୃଷ୍ଟି କଲେ ସେଲୁନ୍ ମାଲିକ, ଝିଅର ପଢ଼ା ପାଇଁ ସଞ୍ଚୟ କରିଥିବା ୫ଲକ୍ଷ ଟଙ୍କା ଦାନ କଲେ କରୋନା ଅସହାୟଙ୍କୁ।
୯-ମେ ୧୨ରୁ ଦେଶରେ ଗଡିବ ଟ୍ରେନ୍ । ଆଜି ଅପରାହ୍ନ ୪ଟାରୁ କାଟିହେବ ଟିକେଟ ।
୧୦-ଆଜି ଅପରାହ୍ନ ୩ଟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା।

୧୧-ପୁରୀରୁ ୨ଟି ପଜିଟିଭ୍ ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କଲା ପ୍ରଶାସନ । ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ, ଦିଗବାରେଣି ଛକରୁ ସୋଲାଖିଆ ବରଗଛ, ରେଣୁକା ଗଳିକୁ ସିଲ କରାଯାଇଛି ।ରେଣୁକା ଗଳି ଅଞ୍ଚଳରେ ଚଳପ୍ରଚଳ ଉପରେ କଟକଣା କରାଯାଇଛି ।
୧୨-ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ରାତି ୮ଟା ୪୫ ମିନିଟ୍‌ରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ମନମୋହନ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଗଲା ।

 

Leave A Reply

Your email address will not be published.