ଉଦଘାଟିତ ହେଲା ବ୍ରହ୍ମାକୁମାରୀ ପାଠଶାଳା

0 182

ଆସ୍କା, ୨୫/୭(ଏସଏସନିୟୁଜ)ରବିବାର ଦିନ ଆସିକା ଭେଜିପୁଟ ଗ୍ରାମରେ ବାଦଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମାକୁମାର ବନମାଳୀ ଭାଇଙ୍କ ଘରେ ବ୍ରହ୍ମାକୁମାରୀ ଗୀତା ପାଠଶାଳା ଆସିକା ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହି ପାଠଶାଳା ଉଦଘାଟନ କାର‌୍ୟ୍ୟକ୍ରମରେ ଆଲିପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ପାତ୍ର ଓ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ବିଶୋଇ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ତଥା ଶିବଧ୍ବଜା ଉତ୍ତୋଳନ କରିଥିଲେ। ଏହି ଅବସରରେ ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ସମସ୍ତଙ୍କୁ ପରମାତ୍ମାଙ୍କ ସହଜ ରାଜଯୋଗର ନିଶୁଳ୍କ ଅଭ୍ୟାସ ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାର ଲକ୍ଷ୍ମଣ ଭାଇ, ରବିନ୍ଦ୍ର ଭାଇ, ରାଜୁ ଭାଇ, ପଞ୍ଚାନନ ଭାଇ,ରାଧାଶ୍ୟାମ ଭାଇ ରାମପ୍ରସାଦ ଭାଇ, ରାଜେନ୍ଦ୍ର ଭାଇ ବୁଲୁ ଭାଇ ଓ ବ୍ରହ୍ମାକୁମାରୀ ଭାଗ୍ୟ ଭଉଣୀ, ସୁମିତ୍ରା ଭଉଣୀ, ସବିତା ଭଉଣୀ, ଲିଲି ଭଉଣୀ ସମସ୍ତେ ସହଯୋଗ କରିଥିଲେ।

Leave A Reply

Your email address will not be published.