ଉଦ୍ଧାର ହେଲେ ବାବା

0 292

ନୟାଗଡ,୧୯/୮(ଏସଏସନିଉଜ)ଗଣିଆବ୍ଲକର ଅଧିନରେ ଥିବା ମଣିଭଦ୍ରପହାଡ ପାଦଦେଶରେ ପୁଜାପାଉଥିବା ମା କଳାପାଟ ଠାକୁରାଣିଙ୍କ ପୀଠରେ ଦୀର୍ଘ୪ଦିନଧରି ବନ୍ୟା ଜଳରେ ଫସି ରହିଥିବା ବାବା ସଦାଶିବ ଉଦ୍ଧାର ହୋଇଛନ୍ତି ।ଗଣିଆ ଓ ଭଦ୍ରକରୁ ଆସିଥିବା ଅଗ୍ନିଶମବିଭାଗର କର୍ମଚାରୀମାନେ ବାବାଙ୍କୁ ବୋଟ ନେଇ ଉଦ୍ଧାର କରିଛନ୍ତି । ବାବା ସଦାଶିବ ମାଙ୍କ ପୀଠରେ ଦୀର୍ଘ ୧୦ବର୍ଷଧରି ରହିଆସିବା ସହ ମାଙ୍କ ପୁଜାର୍ଜନା କରୁଥିଲେ । ଅଚାନକ ବନ୍ୟାପାଣି ମାଡିଆସିଥିବାରୁ ସେଠାରୁ ବାହାରକୁ ଆସି ପାରିନଥିଲେ ।ତେବେ ଗୁରୁବାରଦିନ ଖବରପାଇ ଅଗ୍ନିଶମବାହିନୀର କର୍ମଚାରମାନେ ତାଙ୍କୁ ବୋଟ ସାହାର୍ଯ୍ୟରେ ଉଦ୍ଧାର କରି ଗଣିଆଡାକ୍ତରଖାନାରେ ଭର୍ତି କରିଥିଲେ ।୪ଦିନ ହେବ ବାବା ଖଇବାପିଇବା ନକରି ଅସୁସ୍ଥ ଥିବାରୁ ତାଙ୍କର ପ୍ରାଥମିକ ଚିକିସ୍‌। କରାଯାଇଛି ।

Leave A Reply

Your email address will not be published.