ଉପସ୍ଥାପନ ହେଲା ୨୦୨୧-୨୦୨୨ ବଜେଟ୍ , ଆସନ୍ତୁ ଜାଣିବା କେଉଁ କ୍ଷେତ୍ରକୁ କେତେ ଟଙ୍କା

0 308

ଭୁବନେଶ୍ଵର,୨୨/୨(ଏସଏସନିୟୁଜ) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ନୂଆ ଆର୍ଥିକ ବର୍ଷ ପାଇଁ ରାଜ୍ୟ  ସରକାର ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟବବରାଦ କରିଛନ୍ତି। ସେଥିରୁ ୧, ୨୫, ୬୦୦ କୋଟି ଟଙ୍କା ଟିକସ ଓ ଅନୁଦାନରୁ ପ୍ରାପ୍ତ କରିବା ଲକ୍ଷ୍ୟ ରହିଥିବାବେଳେ ଋଣ ବାବଦରେ ପ୍ରାୟ ୪୪ ହଜାର ୪୦୦ କୋଟି ଆସିବା ଲକ୍ଷ୍ୟ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ କ୍ଷେତ୍ରକୁ କେତେ ଟଙ୍କା ବ୍ୟୟବରାଦ କରିଛନ୍ତି ସରକାର।
– ଜଳସେଚନ କ୍ଷେତ୍ର ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ
– ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନା ପାଇଁ ୭୭ କୋଟି
– ପାର୍ବତୀ ଗିରି ଜଳସେଚନ ଯୋଜନା ଲାଗି ୮୬୦ କୋଟି
– ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି
– ବନ୍ୟା ନିୟନ୍ତ୍ରଣ ସକାଶେ ୭୧୦ କୋଟି
– ବିପର୍ଯ୍ୟୟରେ ତ୍ୱରିତ କ୍ଷତିପୂରଣ ପାଇଁ ୫୬୦ କୋଟି
– ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି
– ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି
– କାଳିଆ ଯୋଜନା ପାଇଁ ୧୮୦୦ କୋଟି
– ବିହନ ପାଇଁ ୧୦୦ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି
– ଉଦ୍ୟାନ କୃଷିର ବିକାଶ ପାଇଁ ୧୩୨ କୋଟି
– ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୪୫୦ କୋଟି
– କୃଷି ବଜେଟ ପାଇଁ ମୋଟ ୧୭, ୪୬୮ କୋଟି ବ୍ୟୟବରାଦ
– ଏମଜିଏନଆରଇଜିଏସରୁ ୧୯୬୬ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ ଯୋଜନା
– କୋଭିଡ଼ ସତ୍ତ୍ୱେ ଚଳିତ ବର୍ଷ ରାଜସ୍ୱ ଆୟ ୧୦% ବୃଦ୍ଧି ଆକଳନ
– ଚଳିତ ବର୍ଷ ଋଣ ଭାର ଜିଏସଡିପିର ୨୦.୯% ହେବା ଆକଳନ
– ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି
– ଏକାମ୍ର କ୍ଷେତ୍ର ପାଇଁ ୨୦୦ ଓ ସମଲେଇ ଯୋଜନା ପାଇଁ ୨୦୦ କୋଟି
– ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି
– ସ୍ୱାସ୍ଥ୍ୟସେବା ପାଇଁ ମୋଟ ୯୧୬୪ କୋଟି ବ୍ୟୟବରାଦ।
ଏସସିବି ମେଡିକାଲକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା
– ଚଳିତବର୍ଷ ଏସସିବି ମେଡିକାଲ ପାଇଁ ୫୦୦ କୋଟି ବ୍ୟୟବରାଦ
– ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା। ଏହି ଯୋଜନା ପାଇଁ ୪୦ କୋଟି ଟଙ୍କା ବ୍ୟୟବରାଦ।
– ବ୍ଲକସ୍ତରରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅତିରିକ୍ତ ୧୦୦ କୋଟି
– ୧ ଟଙ୍କାରେ ଚାଉଳ ଯୋଗାଣ ପାଇଁ ୯୬୯ କୋଟି
– ବିପର୍ଯ୍ୟୟ ସହନୀୟ ବିଦ୍ୟୁତ ଯୋଗାଣ ପାଇଁ ୫୦ କୋଟି
– ହାତୀ କରିଡ଼ର ବିଦ୍ୟୁତ ଯୋଗାଣ ପାଇଁ ୧୨୦ କୋଟି
– ବିଜୁ ଏକ୍ସପ୍ରେସ ୱେ ପାଇଁ ୧୦୦ କୋଟି
– ବିଜୁ ସେତୁ ଯୋଜନା ପାଇଁ ୯୧୨ କୋଟି
– ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ୫୦ କୋଟି
– ଶିକ୍ଷା କ୍ଷେତ୍ର ପାଇଁ ମୋଟ ୨୪, ୩୭୦ କୋଟି
– ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି
– ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି
– ମୋ ସ୍କୁଲ ପାଇଁ ୨୫୩ କୋଟି ଏବଂ ମୋ କଲେଜ ପାଇଁ ୭ କୋଟି
– ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି
– ଲ୍ୟାଣ୍ଡବ୍ୟାଙ୍କ ପାଇଁ ୫୦ କୋଟି
– ଏମଏସଏମଇ ପାଇଁ ୪୬୫ କୋଟି
– ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୫୦୦ କୋଟି
– ନୂଆ ବିମାନ ବନ୍ଦର ଜମି ଅଧିଗ୍ରହଣ ପାଇଁ ୧୦୦ କୋଟି
– କଟକରେ ବସ୍ ଟର୍ମିନାଲ ପାଇଁ ୧୦୦ କୋଟି
– ବରମୁଣ୍ଡା ବସ ଟର୍ମିନାଲ ପାଇଁ ୧୦୦ କୋଟି
– ସାଗର ମାଳା ଯୋଜନାରେ କୋଷ୍ଟାଲ ହାଇୱେ ପାଇଁ ୩୪ କୋଟି

Leave A Reply

Your email address will not be published.