ଉପ-ନିର୍ଦେଶକଙ୍କ କାର୍ଯ୍ୟାଳୟସାମ୍ନାରେ ଗଞ୍ଜେଇଗଛ

0 132

ବାରଙ୍ଗ,୭ା୭(ଏସଏସନିଉଜ) ନନ୍ଦନକାନନ ଉପ ନିର୍ଦେଶକଙ୍କକାର୍ଯ୍ୟାଳୟ  ସାମ୍ନାରେ ଉଠିଛି ଗଞ୍ଜେଇଗଛ। କାର୍ଯ୍ୟାଳୟସାମ୍ନାରେ ଥିବା ବେଟାରୀଅଟୋ ଚାର୍ଜରଘର ଆଗରେ ଗଛଟି ରହିଛି।ସେଇବାଟ ଦେଇ କିରାଣୀ ମାନଙ୍କଠାରୁ ଆରମ୍ଭ କରି ବଡ଼ବଡ଼ିଆ ଅଧିକାରୀମାନେ ସବୁଦିନେ ଯିବାଆସିବା କରୁଛନ୍ତି ।ସବୁଠାରୁ ବଡ଼ କଥାହେଲା ନନ୍ଦନକାନନ ପକ୍ଷରୁ ଠିକାଦାର ଙ୍କୁ ଦିଆଯାଇଥିବା ବେଟାରୀ ଅଟୋ ଚାର୍ଜରଘର ସବୁଦିନେ ଖୋଲାଯାଉଛି। ନନ୍ଦନକାନନ ରେ ଚାଲୁଥିବା ବେଟାରୀ ଚାଳିତ ଅଟୋ ଏହିଘରେ ରହି ଚାର୍ଜ ହେଉଛି । ଏହାପରେ ମଧ୍ୟ ବେଟାରୀଚାଳିତ ଅଟୋ ଚାଳକଙ୍କଠାରୁ ଆରମ୍ଭକରି ନନ୍ଦନକାନନ ଅଫିସରପର୍ଯ୍ୟନ୍ତ  କେହି କିପରି ଦେଖିପାରୁନାହାନ୍ତି ତାହା ଏଠାରେ ପ୍ରଶ୍ନବାଚି ସୃଷ୍ଟି କରିଛି।ନନ୍ଦନକାନନ ମଧ୍ୟକୁ ନିଶାଦ୍ରବ୍ୟ ନେବା କିମ୍ବା ନିଶା ସେବନ କରି ପ୍ରବେଶ କରିବା ଉପରେ କଟକଣା କରିଥିବା ବେଳେ ଗଞ୍ଜେଇଗଛଟି କାହା ସୁରକ୍ଷାରେ ବଢିବଢି ଚାଲୁଛି ଓ ଏହାଦ୍ବାରା ଗଛର ସୁରକ୍ଷାନେଇ ନନ୍ଦନକାନନପର୍ଯ୍ୟଟକମାନଙ୍କୁ   କିପ୍ରକାର ବାର୍ତା ଦେଉଛି ତାହା ଏବେ ଦ୍ଵନ୍ଦରେ ରହିଛି।

Leave A Reply

Your email address will not be published.