ଚନ୍ଦକାଥାନାରେ ୩ଜଣଙ୍କୁ ଜେରା କଲେ ସିବିଆଇ

0 132

ବାରଙ୍ଗ,୮ା୭(ଏସଏସନିଉଜ)ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାରେ ଗିରଫ ହୋଇଥିବା ୩ଅଭିଯୁକ୍ତଙ୍କୁ ସିବିଆଇ ପକ୍ଷରୁ ପଚରାଉଚୁରା କରାଯାଉଛି । ସିବିଆଇର ୫ଜଣିଆ ଅଧିକାରୀ ତିନିଜଣଙ୍କୁ ଚନ୍ଦକାଥାନାରେ ରଖି ଶନିବାର ଦିନ ପଚରାଉଚୁରା କରୁଛନ୍ତି । ସିନିୟର ସେକ୍ସନଇଞ୍ଜିନିୟର ଅରୁଣକୁମାରମହାନ୍ତ, ସେକ୍ସନଇଞ୍ଜିନିନିୟର ଅମୀରଖାନ ଓ ଟେକନିସିଆନ ପପୁକୁମାରଙ୍କୁ ସିବିଆଇ ଗିରଫ କରିଥିଲା ।ପରେ ସିବିଆ ୩ରେଳବାଇ କର୍ମଚାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିବାବେଳେ ୧୧ତାରିଖରେ ଏମାନଙ୍କୁ ପୁଣି କୋର୍ଟରେ ହାଜର କରିବାତେବେ ସୁରକ୍ଷାଦୃଷ୍ଟିରୁ ଏମାନଙ୍କୁ ଚନ୍ଦକାଥାନାରେ ରଖି ପଚରାଉଚୁରା କରୁଛି ସିବିଆଟ୍ଟ୍ରେନ ଦୁର୍ଘଟଣାକୁ ନେଇ ଏକାଧିକ ପ୍ରଶ୍ନର ଉତର ଖୋଜିବାକୁ ଚେଷ୍ଟାକରିଛି ସିବିଆଇ ।

 

Leave A Reply

Your email address will not be published.