ସୋର ରେଳଷ୍ଟେସନ ନିକଟରେ ଚାଲିଗଲା ଦୁଇଜୀବନ

0 93

ବା‌ଲେଶ୍ବର,୮।୭(ଏସଏସନିଉଜ) ସୋର ରେଳଷ୍ଟେସନର ଅନତିଦୂରରେ ଦୁଇଜଣଯୁବକ ପୃଥକ ଭାବେ ଟ୍ରେନରେକଟି ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ମଧ୍ୟରୁ ଜଣେଯୁବକ ସୋରବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସହିର ହରେକୃଷ୍ଣ ପାଣ୍ଡବ (୨୨) ଓ ଅନ୍ୟଜଣେ ବିହାରଅଞ୍ଚଳର ଅବଦୁଲ କ୍ବାଦିର (୨୪)। ହରେକୃଷ୍ଣ ସୋରର ଏକ ଘରୋଇହୋଟେଲରେ କାମ କରୁଥିବାବେଳେ ଗତକାଲିରାତିରୁ ହୋଟେଲରୁ ବାହାରକୁ ଯାଇ ବିଳମ୍ବିତରାତିରେ ଆସୁଥିବା ଜଗନ୍ନାଥଏକ୍ସପ୍ରେସସାମ୍ନାକୁ ଆସି ଧକ୍କା ହୋଇଥିଲେ ।ଫଳରେ ଟ୍ରେନ ଧକ୍କାରେ ତାଙ୍କର ଜୀବନ ଚାଲିଯାଇଥିଲା ।ସେହିଭଳିଭାବେ ଅବଦୁଲ ପାଟନାରୁ ବିଶାଖାପାଟଣା ଅଭିମୁଖେ ଆନକୁଲାମ ଏକ୍ସପ୍ରେସରେ ଯାଉଥିବାବେଳେ ଦ୍ୱାରସମ୍ମୁଖରେ ବସିଥିବା ସମୟରେ ବିଳମ୍ବିତରାତିରେ ଖସିପଡି ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.