ଢେଙ୍କାନାଳ,୮।୭(ଏସଏସନିଉଜ)କାମାକ୍ଷାନଗରଥାନା ୫୩ନଂ ଜାତୀୟରାଜପଥ ବାଲିସାହିନିକଟରୁ ଗୋଟିଏ ଗୋରୁ ବୋଝେଇ ଟାଟାଏସି ଗାଡିକୁ ମଠକରଗୋଳା ବଜରଙ୍ଗଦଳକର୍ମୀ ଅଟକ ରଖିଚନ୍ତି । ସେମାନେ ଗାଡିରେ ଥିବା ୫ଟିଗୋରୁଙ୍କୁ ଉଦ୍ଧାର କରିଛନ୍ତି। ଗାଡିରେଥିବା ଗୋରୁଙ୍କୁ ଉଦ୍ଧାରକରିବା ସହ ଗୋରୁଙ୍କ ସହ ବ୍ୟବସାୟୀଙ୍କୁ ଅଟକ ରଖିଛନ୍ତି।ତେବେ ବିଶେଷସୁତ୍ରରୁ ଖବରପାଇ ବଜରଙ୍ଗଦଳକର୍ମୀମାନେ ଜଗିରହିଥିବାବେଳେ ଗୋରୁବୋଝେଇ ଟାଟାଏସି ଗାଡିଟି ଆସିଥିଲା ।
