ୟୁପିରେ ୫୦ ବର୍ଷରୁ ଉର୍ଦ୍ଧ ପୋଲିସ ପାଇବେ ବାଧ୍ୟତାମୂଳକ ଅବସର

0 242

ଖବର ଆଜିର,ତାରିଖ ୧୩/୦୯/୨୦ ରବିବାର
୧-ଆଜି ନିଟ୍ ପରୀକ୍ଷା । ରାଜ୍ୟର ୭ ଜିଲ୍ଲା ଓ ୭ ସହରରେ ପରୀକ୍ଷା ହେବ ଅନୁଷ୍ଠିତ, ଭୁବନେଶ୍ୱରରେ ୩୧ କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
୨-କରୋନା ପଜିଟିଭ୍ ଛାତ୍ର-ଛାତ୍ରୀ ଦେଇ ପାରିବେନି ନିଟ୍, ଅଲଗା ଦିନରେ ହେବ ବ୍ୟବସ୍ଥା।
୩-କୃଷି ଭିତ୍ତିଭୂମି ପାଣ୍ଠି ଯୋଜନା, ଓଡ଼ିଶାକୁ ମିଳିବ ୨୫୦୦ କୋଟିର ଋଣ
୪-ଲଘୁଚାପ ପ୍ରଭାବରେ ଦକ୍ଷିଣରେ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ।
୫-ଯୋଗୀଙ୍କ ବଡ ପଦକ୍ଷେପ: ୟୁପିରେ ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର।
୬-ଆଉ ନାହାନ୍ତି ଯାତ୍ରା ଜଗତର ସୁପରଷ୍ଟାର ମହେନ୍ଦ୍ର ଦାସ : ହୃଦଘାତରେ ପରଲୋକ ସୂଚନା; ଭିକୁ ସେଠ ଚରିତ୍ରରେ ତାଙ୍କ ଅଭିନୟକୁ ମନେ ରଖିବେ ଦର୍ଶକ
୭-ବଜାରରେ ମିଳିବ କରୋନା ଔଷଧ : ଅନୁମତି ଦେଲା ଡିସିଜିଆଇ।
୮-ରାଜ୍ୟରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଏବଂ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
୯-ରାଜ୍ୟରେ ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲାରେ ଥିବା ଜିଲାସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାରବିଭାଗୀୟ ଅଦାଲତରେ ଇ-ଲୋକ ଅଦାଲତ ଅନୁଷ୍ଠିତ ହୋଇଛି।
୧୦-ମହାନଦୀ ପଠାରେ ଫସିଛନ୍ତି ୧୫ ହାତୀ।
୧୧-ଅକ୍ସଫୋର୍ଡର କରୋନା ଭ୍ୟାକସିନ ଟ୍ରାଏଲକୁ ପୁଣି ଥରେ ସବୁଜ ସଙ୍କେତ, ସେପ୍ଟେମ୍ବର ୬ରେ ଲାଗିଥିଲା ରୋକ।
୧୨-ଚିକିତ୍ସା ପାଇଁ ଆମେରିକା ଗସ୍ତରେ ଗଲେ ସୋନିଆ ଗାନ୍ଧୀ।
୧୩-ଟିକା ଆସିନାହିଁ ସତର୍କ ରୁହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ, ଯେ ପର୍ଯ୍ୟନ୍ତ କରୋନା ଟିକା ଆସିନାହିଁ ହେଳା କରନ୍ତୁ ନାହିଁ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତା ବେଳେ, ସଚେତନ ବର୍ତା ଦେଲେ ନରେନ୍ଦ୍ର ମୋଦି।
୧୪-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ସହରର ବହୁ ପ୍ରତୀକ୍ଷିତ ରେଳ ଓଭର ବ୍ରିଜ୍ ଉଦ୍‌ଘାଟନ କଲେ ଓ କପା ପ୍ରକ୍ରିୟାକରଣ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କଲେ।
୧୫-ବିହାର ନିର୍ବାଚନ ଆସନ ବୁଝାମଣା ପାଇଁ ପାଟନାରେ ଏନଡିଏର ବୈଠକ, ଏଲଜେପି ଯୋଗ ଦେଲା ନାହିଁ।

Leave A Reply

Your email address will not be published.