ସହରାଂଚଳ ଉଠାଦୋକାନୀଙ୍କ ପାଇଁ ପ୍ୟାକେଜ ୨୬ କୋଟି ୨୯ ଲକ୍ଷ- ମୁଖ୍ୟମନ୍ତ୍ରୀ

0 264

ଭୁବନେଶ୍ୱର,୮/୬(ଏସଏସନିୟୁଜ) ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ । କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ । ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକ୍ଡାଉନ ଯୋଗୁ ସହରାଞ୍ଚଳର ଉଠାଦୋକାନୀ ଙ୍କ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀଙ୍କ  ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କରିଛନ୍ତି ।ଏହାଦ୍ବାରା ରାଜ୍ୟର ୮୭ ହଜାର ୬୫୭ ଜଣ ଉଠାଦୋକାନୀ (ଝଗ୍ଧକ୍ସରରଗ୍ଧ ଙ୍ଖରଦ୍ଭୟକ୍ଟକ୍ସ) ଉପକୃତ ହେବେ ।

Leave A Reply

Your email address will not be published.