ବଲାଙ୍ଗୀର,୨୫ା୮(ଏସଏସନିଉଜ)୬୦ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ କଣ୍ଟାବାଞ୍ଜି ଥାନା ପୋଲିସ ୩ଜଣଙ୍କୁ ଅଟକରଖି ପଚରାଉଚରା ଆରମ୍ଭ କରିଛି । ଗତକାଲି ରାତିରେ ବୃଦ୍ଧାଜଣଙ୍କ ରାତି ଶୋଇଥିବା ସମୟରେ ୪ଜଣ ଯୁବକ ଦୁଷ୍କର୍ମ କରିଥିବା ସହ ବୃଦ୍ଧାଙ୍କୁ ମାଡ଼ ମାରିଥିବାନେଇ ତାଙ୍କପୁଅ କଣ୍ଟାବାଞ୍ଜି ଥାନାରେ ଲିଖିତଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଚିକିସ୍ା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତି କରାଯାଇଛି ।ପୋଲିସ ଅଭିଯୋଗ ପାଇବାପରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିବାର ଜଣାପଡିଛି ।
