ଏକାଠି ହେଲେ ଭାବ ବାଟିଂଲେ

0 381

ଚନ୍ଦକା,୨୨/୧୨(ଏସ୍‌ଏସ୍‌ନିୟୁଜ)ଦୀର୍ଘବର୍ଷପରେ ଏକାଠି ହୋଇ ଭାବ ବାଂଟିଲେ ।କେବଳ ଭାବ ନୁହେଁ ,ପରିବାରର ଦୁଃଖସୁଖକୁ ପରସ୍ପର ମଧ୍ୟରେ ଜଚ୍ଚାଇଲେ ।କର୍ମବହୁଳ ବ୍ୟସ୍ଥତା ମଧ୍ୟରେ ପରିବାର ଚଳାଉଥିବାରୁ ସମୟବାହାର କରି ଏକାଠି ହେବା ପାଈଁ ବଣଭୋଜି ହିଁ ଭଲମାଧ୍ୟମ ସାଜିଛି ବୋଲି ମତବ୍ୟକ୍ତ କରିଥିଲେ ।ଦାରୁଠେଙ୍ଗ ହାଇସ୍କୁଲର ୧୯୮୭ମସିହାର ଛାତ୍ରଛାତ୍ରୀମାନେ ଦୀର୍ଘବର୍ଷ ବ୍ୟବଧାନ ପରେ ଏକାଠି ହୋଇ ପୁରୁଣ ଦିନ ସ୍ମୃତି ତଥା ବିଦ୍ୟାଳୟ ପରିବେଶର ବନ୍ଧୁତ୍ୱ ବିଷୟକୁ ନେଇ ଗୁଲିଖଟି ମଧ୍ୟ କରିବାକୁ ପଛାଇନଥିଲେ ।ମା ବନଦୁର୍ଗାଙ୍କ ମନ୍ଦିରରେ ଏକାଠି ହୋଇଥିଲେ ଏହି ଛାତ୍ରଛାତ୍ରୀମାନେ ।ବିଜୟକୁମାର ପାହଡସିଂଙ୍କ ତତ୍ୱାବଧାନରେ ଓ ସାମ୍ବାଦିକ ପ୍ରଦୀପକୁମାରସ୍ୱାଇଁ ସଭାପତିତ୍ୱରେ ବିଦ୍ଧିବଦ୍ଧଭାବେ ଆରମ୍ଭ ହୋଇଥିଲା ବନ୍ଧୁମିଳନ ପର୍ବ ।ପ୍ରାରମ୍ଭରୁ ପ୍ରଧାନଶିକ୍ଷକ ସ୍ୱର୍ଗତ ଶରତ କୁମାର ପରିଡା,ପୁରୁଣା ସାଙ୍ଗ ତଥା ପାଲାଗାୟକ ସୁକାନ୍ତସ୍ୱାଇଁ,ଅଶୋକ ଶତପଥି,ବୁଲୁରଥ,ସନାତନ ପ୍ରଧାନଙ୍କ ଅକାଳ ବିୟୋଗ ପାଇଁ ସ୍ମୃତିଚାରଣ କରିଥିଲେ ।ପ୍ରତିବର୍ଷ ଏହିଭଳି ଏକାଠି ହୋଇ ସୁଖଦୁଃଖ ବାଂଟିବା ସହ ସମାଜର ମଙ୍ଗଳପାଇଁ କିଛି କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତି ନେଇଥିଲେ ପୁରାତନ ଛାତ୍ରଛାତ୍ରୀମାନେ ।ଏହି ବନ୍ଧୁମିଳନ ଉସ୍‌ବରେ ମାନସପାତ୍ର, ମିଟୁପାତ୍ର, କଳ୍ପନା ମଙ୍ଗରାଜ, ସବିତାପାତ୍ର, ସ୍ନେହଲତାପାଲଟାସିଂ, ଅନୁପମାରାଉତରାୟ, ଝୁନିରାଉତରାୟ ,ସମିର ଜେନା,ଅଜୟମାଝୀ,ଅମରେନ୍ଦ୍ରବାହୁବଳେନ୍ଦ୍ର,ପିତବାସପ୍ରଧାନ,ପର୍ଶୁରାମ ଗଜେନ୍ଦ୍ର,ପ୍ରହଲାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ନରଞନ ପାଇକରାୟ ଧନ୍ୟବାଦ ଦେଇଥିଲେ ।(ଚନ୍ଦକାରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.