ଡିସେମ୍ବରମାସ୦୫ତାରିଖ୨୦୨୫ମସିହା(ଶୁକ୍ରବାର)ମାର୍ଗଶୀରମାସ- ଶୁକ୍ଳପକ୍ଷ ,ତିଥି-ପ୍ରତିପଦ ରାତ୍ରି ଘ୦୧/୦୬ ଗତେ ଦ୍ଵିତୀୟା ,ନକ୍ଷତ୍ର-ରୋହିଣୀ ଦିବା ଘ୧୨/ ୨୭ଗତେ ମୃର୍ଗଶିରା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୩୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୨୯ ,ଯୋଗିନୀ ପୂର୍ବେ ରାତ୍ରି ଘ୦୧/୦୫ଗତେ ଉତ୍ତରେ ,ବିଛାରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନରାଶିର ଘାତବାର ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୃତେ ରାତ୍ରି ଘ୦୧/୦୫ଗତେ ଏକ ପାଦ ପୁଷ୍କର ଦୋଷ ,କାଳବେଳା ଓ ବାରବେଳା- ଦିବା ଘ୦୮/୫୩ ଗତେ ଘ୧୧/୩୭ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୦ ମଧ୍ୟେ ଓ ଘ୦୭/୪୭ଗତେ ଘ୦୮/୫୨ ମଧ୍ୟେ ଓ ଘ ୧୨/୪୫ ଗତେ ଘ୦୩/୪୯ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନ।ସ୍ତି ,ଅଦ୍ୟ ପାଣିକଖାରୁଭକ୍ଷଣ ନିଷେଧା
ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ । ଧର୍ମକାର୍ଯ୍ୟରେ ରୁଚି ବଢ଼ିବ ।ଶାରୀରିକ ଓ ମାନସିକଭାବେ ସୁସ୍ଥ ରହିବେ ।କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟପାଇଁ ଦୂରଯାତ୍ରା କରିବାକୁ ପଡିପାରେ ।ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ ।ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।
ବୃଷ-ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ । ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ । କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ । ବ୍ୟାପାର ଲାଭଦାୟକ ରହିବ । ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ ।
ମିଥୁନ-ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ । ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ । କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ । ବ୍ୟାପାର ମଧ୍ୟମ ରହିବ । ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।
କର୍କଟ-ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ । ଆର୍ଥିକ ଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ । ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ । ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ ।
ସିଂହ-ଆଜି ବ୍ୟୟବୃଦ୍ଧି ହେବ । ଚକ୍ଷୁ ପୀଡା ଦେଖାଦେବ । ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ । କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ । ବ୍ୟାପାରରେ କ୍ଷତି ସହିପାରନ୍ତି । ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ ।
କନ୍ୟା-ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ । ଶୁଭ ସମାଚାର ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ । ବ୍ୟାପାର ଲାଭଦାୟୀ ରହିବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ ।
ତୁଳା-ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ । ନିଜ ବାକ-ଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ । ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ । କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି । ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ । ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ ।
ବିଛା-ଆଜି ଉପହାର ମିଳିପାରେ । କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ । କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହେବେ । କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ । ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ । ପରିବାରରେ ସୁଖରେ ସମୟ କାଟିବେ ।
ଧନୁ-ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି । ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ । କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ ।ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟକରେଇ ଲାଭବାନ ହୋଇପାରନ୍ତି ।ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ ।
ମକର-ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ । ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଅଯଥା ଖର୍ଚ୍ଚ ବଢ଼ିଯିବ । କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ । ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ ।
କୁମ୍ଭ-ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ ।କ୍ରୋଧଉପରେ ନିୟନ୍ତ୍ରଣ ରଖନ୍ତୁ ।ନକାରାତ୍ମକ ଚିନ୍ତାରୁ ଦୂରେଇରୁହନ୍ତୁ ।ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକସମସ୍ୟା ହୋଇପାରେ । କାର୍ଯ୍ୟ ସ୍ଥଳୀରେ ଅଧିକ କାର୍ଯ୍ୟଭାରଯୋଗୁଁ ଥକ୍କା ଅନୁଭୂତ ହେବ ।ବ୍ୟାପାରରେ ଦିନଟି ଅଶୁଭ ରହିପାରେ ।ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ ।
ମୀନ-ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି । ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ । ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ । କାର୍ଯ୍ୟସ୍ଥଳୀରେ ଧିମା କାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ । ବ୍ୟାପାରରେ ପାର୍ଟନର ସହ ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି ।
ଘରକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ପରମ୍ପରାଗତ ଘରୋଇ ଉପଚାର – ପିଆଜରୁ ଆରମ୍ଭ କରି କର୍ପୁର, ନିମପତ୍ର ଓ ଲବଙ୍ଗ ପର୍ୟ୍ୟନ୍ତ, ପ୍ରତ୍ୟେକ ପ୍ରାକୃତିକ ଉପାୟ ଘରକୁ ଶାନ୍ତିମୟ ପରିବେଶ ତିଆରି କରେ।
ଯେଉଁ ସ୍ଥାନରେ ମୂଷା ଆସିବାର ଦେଖାଯାଏ ସେଠାରେ ପିଆଜ କାଟି ରଖିଲେ ମୁଷା ସେହିଜାଗାକୁ ଅଉ ଆସେନାହିାଁ
ଘରେ କର୍ପୁର ଜଳାଇ ଧୁଆଁ କଲେ ମାଛି ଆଉ ଆସନ୍ତି ନାହିଁ ।
ରୋଷେଇଘରର କୋଣରେ ଅଳ୍ପ ଲବଙ୍ଗ ରଖିଲେ ଅସରପା ପ୍ରବେଶ କରେନାହିଁ ।
ଲୁଣମିଶା ପାଣିକୁ ସ୍ପେବୋତଲରେ ଭର୍ତିକରି ବୁଢିଆଣି ଦେଖାଯିବା ସ୍ଥାନାରେ ଛିଂଚିଲେ ସେମାନେ ଆଉ ଆସନ୍ତିନାହିଁ ।
ନିମ୍ବପତ୍ର ଶୁଖାଇ ଘରେ ଜଳାଇଲେ ଧୁଆଁରେ ମଶା ଆଉ ଘରକୁ ଆସନ୍ତିନାହିଁ ।
ଅରୁଆଭାତକୁ ଗୋଟିଗୋଟି କରି ରଖିବାକୁ ଚାହୂଁଥିଲେ ଚାଉଳ ରାନ୍ଧୁଥିବାବେଳେ ସେଥିରେ ଏକ ଚାମଚ ତେଲ ପକାଇଲେ ଭାତ ଖୁବ୍ ନରମ ଏବଂ ଗୋଟିଗୋଟି ହୋଇଥାଏ ।
ଚୁଲା ଓ ରୋଷେଇଘରର ତେଲିଆ ଦାଗ ହଟାଇବାପାଇଁ ବେକିଂସୋଡା ସହିତ ଭିନେଗାର ଛିଚିଂଲେ ଦାଗ ସହଜରେ ଚାଲିଯାଇଥାଏ!!ଜୟଜଗନ୍ନାଥ, ଜୟସୋମନାଥ, ଜୟମାଯୋଗମାୟା!!
ଆଜିର ରାଶିଫଳ
Prev Post
Next Post
