ଡେଲାଙ୍ଗ ପୋଲିସକୁ ବଡ ସଫଳତା,ଧରିଲେ ବାଇକ୍ ଲୁଟେରା ଗ୍ୟାଙ୍ଗ

0 3,593

ଡେଲାଙ୍ଗ ,୨/୧୦(ଏସଏସନିୟୁଜ) ଡେଲାଙ୍ଗ ପୋଲିସ ଆଉଏକ ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦାଫାସ କରିଛି । ଏହି ଗ୍ୟାଙ୍କର ୬ଜଣ ସଦସ୍ୟକୁ ପୋଲିସ ଗିରଫ କରିବା ସହ କୋର୍ଟଚାଲଣ କରାଯାଇଥିବା ଡେଲାଙ୍ଗ ଥାନା ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ଏସ.ଡି.ପି.ଓ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଆଇଆଇସି ରଶ୍ମୀରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ନୟାଗଡ ଜିଲ୍ଲାର ପାମ୍ପେଡା ଗ୍ରାମର କାଲୁ ଭୋଇ(୨୫),ଜଟଣୀ ଥାନା ବେଣାପଞ୍ଜରୀ ଗ୍ରାମର ମହମ୍ମଦ ଅରବାଜ(୨୨),ଖୋର୍ଦ୍ଧା ବାରଘରପାଟଣା ଗ୍ରାମର ରାକେଶ କାଣ୍ଡି(୨୪),ଜଙ୍କିଆ ଥାନା ମୁକ୍ତାପୁର ଗ୍ରାମର ଗୋବୋନ୍ଦ ଜେନା(୨୮),ଖୋର୍ଦ୍ଧା ସଦର ଥାନା ଅଂଚଳର ବରପଡା ଗ୍ରାମର ବିଶ୍ୱଜିତ ଜୟସିଂ(୧୯),ବେଣାପଞ୍ଜରୀ ଗ୍ରାମର ଅମିରୁଦ୍ଦିନ ଖାନ(୨୦)ଙ୍କ ଠାରୁ ୪୫ ଟି ବାଇକ୍ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ଗତ କାଲି କୁଆପଦା ଗ୍ରାମ ନିକଟରେ ଥିବା କୁମୁକା ଜଙ୍ଗଲ ନିକଟରେ କେତେକ ଅପରାଧି ଚୋରା ବାଇକ ବିକ୍ରୟ କରିବା ପାଇଁ ଯୋଜନା କରୁଥିବା ଡେଲାଙ୍ଗ ଥାନା ଅଧିକାରୀ ଜାଣିବାକୁ ପଇଥିଲେ । ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସ.ଆଇ ଲାଇକା ମହାରଣା,ଏ.ଏସ.ଆଇ ଅଶୋକ ମହାପାତ୍ର ,କନଷ୍ଟେବଲ ପ୍ରଶାନ୍ତ ପ୍ରଧାନ,ଜିତେନ୍ଦ୍ର ସ୍ୱାଇଁ,ହୋମଗାର୍ଡ ପ୍ଲାଟୁନ କମାଣ୍ଡ ପ୍ରମୋଦ ସେଠୀ ଘଟଣା ସ୍ଥଳକୁ ପହଂଚିଥିଲେ ।ସେଠାରେ ଗ୍ୟାଙ୍ଗର ୪ ଜଣ ଯୁବକକୁ ଗିରଫ କରିବା ସହିତ ୧୦ ଟି ଚୋରା ବାଇକ ଉଦ୍ଧାର କରିଥିଲେ ।ପୁରୀ ଏସ୍‌.ପି ଅଖିଳେଶ୍ୱର ସିଂଙ୍କ ନିର୍ଦ୍ଦେଶ କ୍ରମେ ଏସ.ଡି.ପି.ଓ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମୀରଞ୍ଜନ ପଟ୍ଟନାୟକ ନେତୃତ୍ୱରେ ସେମାନଙ୍କୁ ଜେରା କରାଯିବା ପରେ ବୃହତ ଗାଡି ଚୋରୀ ର‌୍ୟାକେଟର ପୋଲିସ ଟେର ପାଇଥିଲା ।ଏହି ର‌୍ୟାକେଟକୁ ଧରିବା ପାଇଁ ୨ ଟି ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରାଯାଇଥିଲା ।ଗୋଟିଏ ଟିମର ପରିଚାଳକ ଆଇଆଇସି ଥିବା ବେଳେ ଅନ୍ୟଟିମର ଏସ.ଆଇ ଉପେନ୍ଦ୍ର ନାଥ ଦାସ ପରିଚାଳନା କରୁଥିଲା । ଏହି ଟିମ ଗୁଡିକ ଅଭିଯୁକ୍ତ ମାନଙ୍କ ଠାରୁ ୩୬ ଟି ବାଇକ ଜାବତ କରିଥିବା ବେଳେ ତଦନ୍ତ ସମୟରେ ଆଉ ୨ ଜଣଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ୪ ଟି ଚୋରା ବାଇକ ଜବତ କରିଥିଲା । ତଦନ୍ତ ସମୟରେ ବିଭିନ୍ନ ସ୍ଥାନରୁ ପୋଲିସ ଆହୁରୀ ୫ଟି ବାଇକ ଜବତ କରିଥିଲା ।ଏନେଇ ଡେଲାଙ୍ଗ ପୋଲିସ ୧୫୩/୨୦ ମାମଲା ରୁଜୁ କରିଥିବା ବେଳେ ମୋଟ ୬ ଜଣକୁ ଗିରଫ କରି ୪୫ ଟି ବାଇକ ଜବତ କରିଛି ।ବୁଲେଟ, ବାଜାଜ ପଲସର ,ହୋରୋ ସ୍ପେ୍ଲଣ୍ଡର ,ହୋରୋ ପ୍ୟାସନ ପ୍ରୋ ,ହୋରୋ ଗ୍ଲାମର ,ଟିଭିଏସ ଆପାଚି ,ୟାମା ,ସିଡି ଡିଲକ୍ସ,କେଟିଏମ,ହୋଣ୍ଡା ସାଇନ ପ୍ରଭୃତି କମ୍ପାନିର ଗାଡି ଜବତ କରାଯାଇଛି ।ଏହି ଗାଡିର ଗୁଡିକର ମାଲିକ ମାନେ ୦୬୭୫୮-୨୪୨୨୨୨ନମ୍ବରରେ ଯୋଗାଯୋଗ କରି ନିଜ ଗାଡି ସମ୍ପର୍କରେ ତଥ୍ୟ ସଂଗ୍ରହ କରିପାରିବେ । ପୂର୍ବରୁ ୨ ମାସ ତଳେ ଡେଲାଙ୍ଗ ପୋଲିସ ୨୫ ଟି ବାଇକ ଜବତ କରିବା ସହିତ ସମ୍ପୂର୍କ୍ତ ୪ ଯୁବକକୁ ଗିରଫ କରିଥିଲା । ଏମାନଙ୍କମଧ୍ଯରୁ କାଲୁ ଭୋଇ ଖଲିକୋଟ ଥାନରୁ ଏକ ଗାଡି ଚୋରୀ ମାମଲାରେ ସମ୍ପୃକ୍ତ ଥାଇ ପୋଲିସ ହେପାଜତରୁ ଫେରାର ହୋଈଥିଲା । ଅନ୍ୟଜଣେ ମହମ୍ମଦ ଅରବାଜ ଓ ଗୋବିନ୍ଦ ଜେନା ବିରୋଧରେ ଗଞ୍ଜାମ,ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଏକାଧିକ ଡକାୟତି,ଲୁଟ ଓ ଚିରୀ ମାମଲା ଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା ।

Leave A Reply

Your email address will not be published.