ବିରୋଧ ଦିବସଭାବେ ପାଳିଲା ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ

0 3,522

ଭୁବନେଶ୍ୱର,୩/୧୦(ଏସଏସନିୟୁଜ) ଭାରତୀୟ ସାମ୍ବାଦିକ ସଂଘ (ଆଇଜେୟୁ)ର ଡାକରାରେ ସାରାଦେଶରେ କାର୍ଯ୍ୟରତ ସାମ୍ବାଦିକମାନେ ୨ଅକ୍ଟୋବରକୁ ଦେଶବ୍ୟାପୀ ବିରୋଧ ଦିବସ ଭାବେ ପାଳନ କରିଛନ୍ତି । ମହାମାରୀ କରୋନା ବିରୁଦ୍ଧରେ ସାମ୍ବାଦିକମାନେ କାର୍ଯ୍ୟକରୁଥିଲେ ମଧ୍ୟ ରାଜ୍ୟ ତଥା କେନ୍ଦ୍ରସରକାର ସେମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ନଦେବା ପ୍ରତିବାଦରେ ଗାନ୍ଧୀଜୟନ୍ତୀକୁ ବିରୋଧ ଦିବସଭାବେ ପାଳିବାକୁ ଆଇଜେୟୁ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା ।ଏହାକୁ ସମର୍ଥନ କରି ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ ପକ୍ଷରୁ ସାମ୍ବାଦିକମାନେ ପଦଯାତ୍ରା କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାରକିପତ୍ର ପଠାଯାଇଥିଲା । ଆସୋସିଏସନର ସଭାପତି ଲିଙ୍ଗରାଜରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଦଯାତ୍ରା ଓ ବୈଠଳରେ ଉପସଭାପତି ସଞୟକୁମାମହାନ୍ତି, ସମ୍ପାଦକ ଶରତଚନ୍ଦ୍ରବେହେରା, ସଂଗ୍ରାମକିଶୋରଦାସ ,ବାରଙ୍ଗପ୍ରେସକ୍ଲବର ସମ୍ପାଦକ ରୁଦ୍ରନାରାୟଣଷଡଙ୍ଗୀ, କ୍ୟାସିୟର ପ୍ରକାସସାହୁ, ସନ୍ତୋଷମଲ୍ଲିକ. ଦେବେନ୍ଦ୍ରବେହେରା, କୃଷ୍ନଚନ୍ଦ୍ର ସ୍ୱାଇଁ,ତୁଷାରକାନ୍ତବେହେରା, ,ଦୁଶ୍ମନ୍ତଜେନା ,ମୁନ୍ନାଖାନ୍‌, ଗୈାତମରାଉତ ,ପ୍ରଶାନ୍ତସାହୁ ପ୍ରମୁଖ ଉପସ୍ଥିତ ରହି କରୋନା ସମୟରେ ସାମ୍ବାଦିକମାନଙ୍କ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ । ଆସୋସିଏସନର ସଭାପତି ଲିଙ୍ଗରାଜ ରାଉତ କରନା ରେ ମୃତୁ ବରଣ କରିଥିବା ସାମ୍ବାଦିକମାନଙ୍କ ପରିବାରକୁ ୧୫ ଲକ୍ଷ ପରିବର୍ତେ ୫୦ ଲକ୍ଷ ଟଙ୍କା ର ବୀମା କଭର ପ୍ରଦାନ କରିବା ସହ କରୋନା ସଂକ୍ରମିତ ସାମ୍ବାଦିକ ଓ ସେମାନଙ୍କ ପରିବାରକୁ ମାଗଣା ଚିକିତ୍ସା ସେବା ଯୋଗଇ ଦେବାକୁ ଦାବୀ କରିଥିଲେ ।ଉପସଭାପତି ସଞ୍ଜୟ ମହାନ୍ତି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆଇନ କୁ ଅନୁସରଣ ନକରି ବେଆଇନ ଭାବେ ସାମ୍ବାଦିକମାନଙ୍କର ବେତନ ହ୍ରାସ ସହ ଛଟେଇ କରୁଥିବା ବିଭିର୍ଣ ସଂସ୍ଥା ର ପରିଚାଳନା ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଆଇଜେୟୁ ର ଆହ୍ୱାନ ପୁର୍ବରୁ ବିଭିର୍ଣ ରାଜ୍ୟର ସାମ୍ବାଦିକ ସଂଘର କର୍ମକର୍ତାମାନଙ୍କ ସହ ଗତ୧୯ତାରିଖରେ ଏକ ଅନଲାଇନ ମିଟିଂ ନେଇଥିଲେ ।ଏଥିରେ ଓଡିଶା ମେଡିଆ ୱେଲ ଫେୟାର ଆସୋସଏସନ ତରଫ ରୁ ଚେୟାରମ୍ୟାନ୍ ସତ୍ୟନାରାୟଣ ପଣ୍ଡା, ଉପସଭାପତି ସଞ୍ଜୟ ମହାନ୍ତି, ସାଧାରଣ ସମ୍ପାଦକ ନିରଞ୍ଜନ ରେଡି ଅଂଶଗ୍ରହଣ କରି କରୋନା ସମୟରେ ସାମ୍ବାଦିକମାନଙ୍କର ଅଭାବ ଅସୁବିଧା ସର୍ମ୍ପର୍କିତ ତଥ୍ୟ ଉପସ୍ଥାପିତ କରିଥିଲେ ।ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଆସୋସିଏସନ ପକ୍ଷରୁ ପଠାଯାଇଥିଲା ।

Leave A Reply

Your email address will not be published.