ବିଶ୍ଵଅହିଂସା ଦିଵସ ପାଳନ ଓ କରୋନା ମିଡ଼ିଆ ସଚେତନତା

0 3,002

ସାକ୍ଷୀଗୋପାଳ, ୨/୧୦(ଏସଏସନିୟୁଜ ) ଜାତିର ପିତା ମହାତ୍ମା ଗାନ୍ଧୀ ଓ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ସ୍ବାଦ ସଭା ଗୃହରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଖବରକାଗଜ ଶିକ୍ଷା ବାର୍ତା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ଆଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ସମାଜସେବୀ ରିଜ କିଶୋର ସ୍ବାଇଁ, ବିଶିଷ୍ଟ ଆତିଥି ସୁନୀଲ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବରେ ଡା ଵାସନ୍ତୀ ଦେଵୀ, ଡା ପ୍ରୀତମ ବାଗ, ପୋଲିସ ଅଧିକାରୀ ବଟକୃଷ୍ଣ ସାହୁ, ମୁଖ୍ୟବକ୍ତା ଭାବରେ ଆଡ଼ଭୋକେଟ ଆଞନ ହୋତା ପ୍ରମୁଖ ଅହିଂସା ର ଶାଣିତ ଶକ୍ତି ଆଜି ବିଶ୍ବ ଦରବାରରେ ଆଦୃତି ଲଭିଛି ଵୋଲି କହିଥିଲେ। ବିଶିଷ୍ଟ ପ୍ରତିଭା ମାନଙ୍କୁ ଏହି ଅଵସର ରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଚାଳନା କରିଥିଲେ ପୂର୍ଣାନନ୍ଦ ତ୍ରିପାଠୀ ଓ ସଂଜୋଯନା କରିଥିଲେ ଜ୍ୟୋତି ଶଙ୍କର ଖୁଣ୍ଟିଆ।

(ସାକ୍ଷୀଗୋପାଳରୁ କାଳୀପ୍ରାସାଦ ମହାପାତ୍ର ଙ୍କ ରିପୋର୍ଟ)

Leave A Reply

Your email address will not be published.