ଭାଗ ନେଲେ ୧୧୨ ଛାତ୍ର

0 6,118

ଭୁବନେଶ୍ୱର,୧୫/୧୧-ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାରେ ଭାଗନେବାପାଇଁ  ହୋଇଥିଲା ଚୟନ । ଏଥିପାଇଁ ଚନ୍ଦକା ମହାରଣା ବିରବର ସରକାରୀ ଉଚ୍ଚବିଦ୍ୟାଳୟରେ କରଯାଇଥିଲା ପ୍ରତିଯୋଗୀତା । ଭାଗନେଇଥିଲେ ୧୦ଟି ବିଦ୍ୟାଳୟର ୧୧୨ଜଣ ଛାତ୍ର । ଭୁବନେଶ୍ୱର ବ୍ଲକସ୍ତରୀୟ ଫୁଟବଲ ଓ କ୍ରିକେଟ୍ ପ୍ରତିଯୋଗୀତାରେ ଭାଗ ନେଇ ଛାତ୍ରମାନେ ସେମାନଙ୍କର ପରାକାଷ୍ଠା ଦେଖାଇଥିଲେ । ଏଥିରେ ୧୧ଜଣ ଫୁଟବଲ ଓ ୫ଜଣ କ୍ରିକେଟ ଖେଳପାଇଁ ଜିଲ୍ଲାସ୍ତରୀୟ କ୍ରିଡାରେ ଭାଗନେବାକୁ ମନୋନିତ ହୋଇଥିଲେ ।ବ୍ଲକ ସ୍ତରୀୟ  ଫୁଟବଲ ଓ କ୍ରିକେଟ ପ୍ରତିଯୋଗୀତାକୁ ବରିଷ୍ଠ ଶିକ୍ଷୟତ୍ରୀ ନିରୁପମା ମଙ୍ଗରାଜ ଉଦଘାଟନ କରିଥିବାବେଳେ ବ୍ଲକ ସଂଯୋଜକ ତଥା କ୍ରିଡାଶିକ୍ଷକ ଦେବରାଜଦାସ ଓ କ୍ରିଡାଶିକ୍ଷକ ପ୍ରମୋଦ କୁମାର ରାଉତ ଅତିଥିଭାବେ ଯୋଗଦାନ କରିଥିଲେ । କ୍ରିଡାଶିକ୍ଷକ ପ୍ରମୋଦ କୁମାର ବଳିଆରସିଂ,ତୁଷାରକାନ୍ତ ପ୍ରଧାନ,ମହେଶ୍ୱର ଘଡେଇ,ରଂଜନ କୁମାର ନାୟକ ପ୍ରମୁଖ ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.