ସଫଳ ହେଲା ପ୍ଲାଜମା ଥେରାପି

0 6,724

ଭୁବନେଶ୍ୱର,୨୪/୭(ଏସଏସନିୟୁଜ) କରୋନାରେ ଆକ୍ରାନ୍ତ ହୋଇ ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ରାଜ୍ୟର ପ୍ରଥମ ମହିଳା । କଟକର ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୪୮ ବର୍ଷିୟ ମହିଳା ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇଛନ୍ତି । ପ୍ଲାଜମା ନେଇଥିବା ଆଉ ୧୩ଜଣଙ୍କର ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ଉନ୍ନତି ଆସିଛି । ଏହି ସମୟରେ ପ୍ଲାଜମା ଥେରାପି ହିଁ ଏକମାତ୍ର ବିକଳ୍ପ ବୋଲି ଚିନ୍ତା କରାଯାଉଛି । ଏହାସହିତ ସମ୍ ହସ୍ପିଟାଲରେ ୪ଜଣଙ୍କୁ ଦିଆଯାଇଥିବାପ୍ଲାଜମା ଥେରାପି କାମ ମଧ୍ୟ କରିଥିବାବେଳେ ଖୁବଶୀଘ୍ର ସୁସ୍ଥ ହୋଇ ଉଛନ୍ତି ଡ଼ିସଚାର୍ଜ କରାଯିବ କରାଯିବ ବୋଲି ଜଣାପଡିଛି ।ଗୁରୁତର କରୋନାଆକ୍ରାନ୍ତଙ୍କ ପାଇଁ କୈାଣସି ଚିକିସ୍‌ା ନଥିବାବେଳେ ପ୍ଲାଜମା ଥେରାପି ର ସୁଫଳତା ଅଧିକ ରୋଗୀ ସୁସ୍ଥ ହୋଇପାରିବାର ବର୍ତା ବହନ କରୁଛି ।

Leave A Reply

Your email address will not be published.