୩୪ ଜଣଙ୍କର ସ୍ୱାଵ୍ ସଂଗ୍ରହ ହେଲା

0 6,201

ବାରଙ୍ଗ,୧୧/୭(ଏସଏସନିୟୁଜ)ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ଝୁନ୍ଝୁଝୁନ୍ ୱାଲା ବିଦ୍ୟାପୀଠରେ ହୋଇଥିବା କ୍ଵାରେନ୍ଟାଇନ ସେଣ୍ଟର ରେ ଜିଲ୍ଲା ପ୍ରଶାସନ ତରଫରୁ ଲୋକମାନଙ୍କର ଶନିବାରଦିନ ସ୍ବାବ ସଂଗ୍ରହ କରାଯାଇଛି ।ବାରଙ୍ଗ ବ୍ଲକ୍ ର ପ୍ରାୟ ୧୭ ଗୋଟି ପଞ୍ଚାୟତ ରୁ ୩୪ ଜଣଙ୍କର ସ୍ୱାଵ୍ ସଂଗ୍ରହ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୭ ଜଣ ସରକାରୀ କର୍ମଚାରୀ ରହିଛନ୍ତି।କୁହେଁଇପଡା କୋରୋନା ସଂକ୍ରମିତଙ୍କ କଂଟାକ୍ଟ୍ ଟ୍ରେସିଂ ରେ ଥିବା ୯ ଜଣଙ୍କର ମଧ୍ୟ ସ୍ୱାଵ୍ ଟେଷ୍ଟ କରାଯାଇଛି ।ଏହାସହ ଟି.ଏମ୍.ସି ରେ ରହୁଥିବା ୮ ଜଣ ଲୋକ ଙ୍କ ର ସ୍ୱାଵ୍ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠାଯାଇଛି।ପରେ ସମଗ୍ର ଅଞ୍ଚଳ ଏବଂ ଉପକରଣ ଗୁଡ଼ିକୁ ସାନିଟାଇଜ୍ କରାଯାଇଛି।(ବାରଙ୍ଗରୁ- ଗୈାତମରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.