ଆଜିର ରାଶିଫଳ

0 278

ମାଁ ପରମେଶ୍ବରୀ ନମଃ ଅକ୍ଟୋବର ମାସ ୦୨ ତାରିଖ ୨୦୨୧ ମସିହା(ଶନିବାର)ଆଶ୍ଵିନ୍ୟ – କୃଷ୍ଣପକ୍ଷ,ତିଥି- ଏକାଦଶୀ ,ବୃଷ,ସିଂହ ଓ କନ୍ୟା ରାଶିର ଘାତବର, ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ସାମ୍ବତ୍ସରିକ ଶ୍ରାଦ୍ଧ,ମହାଳୟା ବିଧିରେ ହେବ,ଶିମ୍ବ ପୋଇ ଭକ୍ଷଣ ନିଷେଧ 
ମେଷ:-ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ।
ବୃଷ:-ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।
ମିଥୁନ:=ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।
କର୍କଟ:-ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।
ସି˚ହ:-ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।
କନ୍ୟା:-ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
ତୁଳା:-ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।
ବିଛା:-ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।
ଧନୁ:- ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।
ମକର:-ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।
କୁମ୍ଭ:-ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।
ମୀନ:-ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।

ବିଶ୍ବାସ ନହେଲେ ବି ସତ-ମିତ୍ରତା ଏମିତି ବ୍ୟକ୍ତିଙ୍କ ସହ କରନ୍ତୁ ନାହିଁ… ଯିଏ ପକ୍ଷୀ ଭଳି ଦାନା ପାଣି ଖାଇ ଫୁର କିନା ଉଡିଯାଏ… ମିତ୍ରତା ସେହି ମାନଙ୍କ ସହ ରଖନ୍ତୁ… ” ଯେଉଁମାନେ”….. ପାଣି ଓ ମାଛ ଭଳି ଉଭୟ ଉଭୟଙ୍କର ସୁଖ ଦୁଃଖରେ ସାଥୀ ହୋଇ ରୁହନ୍ତି… ପ୍ରକୃତ ବନ୍ଧୁ ସେ ହୋଇଥାଏ ଯିଏ… ଆପଣଙ୍କ ମନର ଭାବନାକୁ ବୁଝିପାରେ… ” ଏବଂ ” ବିପରୀତ ପରିସ୍ଥିତିରେ ମଧ୍ୟ ଆପଣଙ୍କ ହାତ ଛାଡ଼ି ନଥାଏ…ସୁପ୍ରଭାତ

Leave A Reply

Your email address will not be published.