ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା

ଖବର ଆଜିର,ତାରିଖ ୦୨-୧୦-୨୦୨୧/ଶନିବାର

0 240

୧-ଆଜି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ: ବାପୁଜୀଙ୍କୁ ମନେ ପକାଉଛି ସାରା ଦେଶ ।

୨-ପଞ୍ଜାବର ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । ପିସିସି ସଭାପତି ପାଇଁ ପୁଣି ରାଜି ସିଦ୍ଧୁ ।

୩-ବିରଳ ରେକର୍ଡ ! ୪୫ ବର୍ଷ ପରେ ପୁଣି ହିମାଳୟର ମାଉଣ୍ଟ ‘ମାନସଲୁ’ରେ ପହଞ୍ଚିଲା ମଣିଷ, ଆରୋହଣ କଲେ ୨୨ ପର୍ବତାରୋହୀ ।
୪-ସ୍ବଚ୍ଛ ଭାରତ ଅଭିଯାନ-‘ଅର୍ବାନ୍‌ ୨.୦’ ଓ ‘ଅମୃତ ୨.୦’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ ।

୫-କରୋନା ଲକଡାଉନ୍ ବଢାଇଛି ମାନସିକ ରୋଗ । ଏମ୍ସରେ ନିଶା ଜନିତ ମାନସିକ ରୋଗୀ ୨୦% ବୃଦ୍ଧି ।

୬-କୋଭିଡ୍ କଟକଣା ନେଇ ୟୁକେକୁ ଭାରତର ପାଲଟା ଜବାବ । ୟୁକେରୁ ଭାରତ ଆସୁଥିବା ନାଗରିକଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡିବ ୧୦ ଦିନ ।

୭-ସ୍ମାର୍ଟସିଟି ରାଉରକେଲାରେ ସ୍ଥାପନ ହେଲା ସ୍ୱତନ୍ତ୍ର ‘ସ୍ତନ୍ୟପାନ କକ୍ଷ’ ।

୮-ଯୋଗୀଙ୍କୁ ଭେଟିଲେ କଙ୍ଗନା, କହିଲେ- ରାମଚନ୍ଦ୍ରଙ୍କ ପରି ତପସ୍ଵୀ ରାଜା ୟୁପିରେ ଆପଣଙ୍କ ଶାସନ ରହୁ ।

୯-ସାଂସଦ ଭାବେ ଶପଥ ନେବା ପୂର୍ବରୁ ବୈଜୟନ୍ତଙ୍କ ମାର୍ଗଦର୍ଶନ ଲୋଡ଼ିଲେ ସର୍ବାନନ୍ଦ ।

୧୦-ଫ୍ୟୁଚର୍ସ ଗ୍ରୁପ ସହ ୨୪,୭୧୩ କୋଟି ଟଙ୍କାର ରାଜିନାମା ପୂରା କରିବା ପାଇଁ ଦ୍ଵିତୀୟ ଥର ତାରିଖ ବଢାଇଲା ରିଲାଏନ୍ସ ।

୧୧-ଅଷ୍ଟ୍ରିଆ ଜି-୧ ଅନ୍ତର୍ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ଭଦ୍ରକର ଜଗନ୍ନାଥ ବେହେରା ।

୧୨-ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ; କୃଷକଙ୍କ ସମସ୍ୟା ନେଇ କଲେ ଆଲୋଚନା ।

୧୩-ଝାଡଖଣ୍ଡ ଓ ଆନ୍ଧ୍ରରେ ଓଡିଆ ଭାଷା ଓ ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୧୪-ଅଧାରୁ ଆଇପିଏଲ୍ ଛାଡ଼ିଲେ ଗେଲ୍ ।

୧୫-ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ: ଗାଇଡ୍‌ଲାଇନ୍ ଜାରି କଲେ ସରକାର; ଚଳିତ ମାସରେ ସରିବ ସଂରକ୍ଷଣ ପ୍ରକ୍ରିୟା ।

୧୬-ଯୁକ୍ତ ୩ କଲେଜ ପାଇଁ ସ୍ପଟ୍‌ ନାମଲେଖା: ୯ରୁ ୧୭ ଯାଏ ଆବେଦନ, ୨୭ ଓ ୨୮ରେ ନାମଲେଖା ।

୭-୧୪୧୨କୋଟିର ୯ ପ୍ରକଳ୍ପକୁ ମଞ୍ଜୁରୀ, ୨୮୪୬ ଜଣଙ୍କ ପାଇଁ ନିଯୁକ୍ତି ସମ୍ଭାବନା ।

୮-ଆଇପିଏଲର ୪୫ ତମ ମ୍ୟାଚ: କୋଲକାତାକୁ ହରାଇଲା ପଞ୍ଜାବ ।

୧୯-ଭାରତ-ଅଷ୍ଟ୍ରେଲିଆ ମହିଳା ଟେଷ୍ଟ ମ୍ୟାଚ୍‌: ମାନ୍ଧାନାଙ୍କ ଶତକ, ଭାରତ ୫/୨୭୬ ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.