ଆଜିର ରାଶିଫଳ

0 167

୧-୬-୨୦୨୩(ଗୁରୁବାର)ତୁଳା ଓ କୁମ୍ଭରାଶିର ଘାତବାର । ଦିବା ଘ୩।୨ ଗତେ ଘ୬।୧୮ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୪୬ ଗତେ ଘ୧।୧୮ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୧।୪୨ ମଧ୍ୟେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ ।ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ତ୍ରୟୋଦଶୀର ପାର୍ବଣ ଶ୍ରାଦ୍ଧ । ପୋଇ ଦିବା ଘ ୧।୪୨ ଗତେ ବାଇଗଣ ଭକ୍ଷଣ ନିଷେଧ । ଶ୍ରୀମନ୍ଦିରେ ଚମ୍ପକ ଦ୍ୱାଦଶୀ ଯାତ୍ରା ।ଅମୃତ– ଦିବା ଘ୨।୪୬ ଗତେ ଘ୫।୧୦ ମଧ୍ୟେ ରାତ୍ରି ଘ୭।୬ ଗତେ ଘ୯।୩୦ ମଧ୍ୟେ ଘ୧୨।୪୨ ଗତେ ମଧ୍ୟେ ଘ୪।୪୨ ଗତେ ଘ୫।୧୦ ମଧ୍ୟେ । ମାହେନ୍ଦ୍ର- ଦିବା ଘ୫।୫୮ ମଧ୍ୟେ ଘ୯।୧୦ ଗତେ ଘ୧୦।୪୬ ମଧ୍ୟେ ।
ମେଷ:- ଉତ୍ତମ ପରିଣାମ ଲାଗି ନିଜ ଉପରେ ଭରସା ରଖନ୍ତୁ। ଆର୍ଥିକ ସ୍ଥିତି ମଜଭୁତ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରିୟ ବନ୍ଧୁଙ୍କ ଠାରୁ ଫୋନ ଆସିପାରେ।
ବୃଷ:- ଆଗକୁ ବଢ଼ିବା ପାଇଁ ଦିନଟି ଭଲ। ପୂର୍ବ ଯୋଜନା ସଂପୂର୍ଣ୍ଣ ହୋଇଯିବ। ସାମାଜିକ ସ୍ତରରେ ପ୍ରତିଷ୍ଠା ବଢ଼ିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ମିଥୁନ:-ନୂଆ କାମ ଆରମ୍ଭ କରିବା ଲାଗି ଧ୍ୟାନ କେନ୍ଦ୍ରୀତ କରିବେ। ଆର୍କିଟେକଙ୍କ ଜୀବନରେ ବାଧା ସମାପ୍ତ ହୋଇଯିବ। ସନ୍ତାନର ସଫଳତା ଆପଣଙ୍କୁ ଖୁସି ଦେବ।
କର୍କଟ:-ସମ୍ମୁଖକୁ ଆସୁଥିବା ସବୁ ଚ୍ୟାଲେଞ୍ଜର ଦୃଢ଼ ମୁକାବିଲା କରିବେ। କାମ ବୃଦ୍ଧି ହେବା ଯୋଗୁଁ ଧନଲାଭ ହେବ। ପରିବାରରେ ସୁଖଦ ବାତାବରଣ ରହିବ।
ସିଂହ:- ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ। ସଠିକ୍ ରୂପେ କାମ କଲେ ସଫଳତା ପାଇବେ। ଅଳଙ୍କାର ବ୍ୟବସାୟୀଙ୍କୁ ଧନଲାଭ ହେବ। ବନ୍ଧୁ ସହିତ ସମ୍ବନ୍ଧ ଭଲ ହେବ।
କନ୍ୟା:- ଆପଣଙ୍କର ସବୁ ଇଚ୍ଛା ପୂରା ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ।
ତୁଳା:- କଥା କୌଶଳରେ ଲୋକମାନଙ୍କୁ ଆକର୍ଷିତ କରିବାରେ ସଫଳ ହେବେ। ଭଲ ଚାକିରିର ସୁଯୋଗ ଆସିବ। ପ୍ରେମିକାଙ୍କ ସହିତ ରାତ୍ରିଭୋଜନ କରିବେ।
ବିଛା:- ଅନ୍ୟମାନଙ୍କ କାମରେ ନିଜର ମତ ବ୍ୟକ୍ତ କରନ୍ତୁ ନାହିଁ। କଥାବାର୍ତ୍ତା ବେଳେ ଭାଷା ଠିକ୍ ରଖନ୍ତୁ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ।
ଧନୁ:-ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ସମ୍ମାନିତ ଲୋକଙ୍କ ସହିତ ମିଶି ପାରନ୍ତି। ସନ୍ତାନର ଉନ୍ନତି ସୁନିଶ୍ଚିତ ହେବ।
ମକର:- ଭଲଭାବେ ନିଜର କାମ କରିବା ପାଇଁ ଦିନଟି ଶୁଭ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କୌଣସି ମଞ୍ଚରେ ଗୀତ ଗାଇବା ଲାଗି ସୁଯୋଗ ପାଇପାରନ୍ତି।
କୁମ୍ଭ:- ଆପଣଙ୍କ କାର୍ଯ୍ୟରେ ଖୁସି ହୋଇ କର୍ତ୍ତୃପକ୍ଷ କୌଣସି ଉପହାର ଦେବେ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ବୈବାହିକ ଜୀବନ ଖୁସିଭରା ରହିବ
ମୀନ:- ଆପଣଙ୍କ ମନକୁ ନୂଆ ନୂଆ ବିଚାର ଆସିବ। ଜୀବନସାଥିଙ୍କର ସହଯୋଗ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ଫିଲ୍ମ କ୍ଷେତ୍ରରେ ଭଲ ସୁଯୋଗ ମିଳିବ।!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!

Leave A Reply

Your email address will not be published.