ଆମ୍ବୁଲାନକୁ ନେଇ ରାଜନିତୀ

0 216

ବାରଙ୍ଗ.୩୧ା୫(ଏସଏସନିଉଜ) ମଧୁପୁର ପଂଚାୟତ କାଯ୍ୟାଳୟ ପରିସରରେ ରହୁଥିବା ଦୁଇଟି ଆମ୍ବୁଲାନ୍ସକ ନେଇ ଏବେ ରାଜନିତୀ ଆରମ୍ଭ ହୋଇଯାଇଛି ।ସ୍ଥାନିୟ ସରପଂଚ ଆମ୍ବୁଲାନ୍ସ ନରହିବାକୁ ଉଦ୍ୟମ ଆରମ୍ଭ କରିଥିବାବେଳେ ଆଉଗୋଟିଏ ପକ୍ଷ ଆମ୍ବୁଲାନ୍ସ ରହିବାନେଇ ବୁଧବାରଦିନ ପଂଚାୟତ କାର୍ୟ୍ୟାଳୟ ଆଗରେ ହୋହାହ୍ଲା କରିଛନ୍ତି ।ଆଗକୁ ସାଧାରଣ ନିର୍ବାଚଣ ଆସୁଥିବାରୁ ଏହି ଘଟଣା ଏବେ ବାରଙ୍ଗଅଂଚଳରେ ଚର୍ଚ୍ଚା ଯୋରଧରିଛି ।
ପ୍ରକାସ ଯେ, ଅଗଷ୍ଟ ୨୦୨୧ ମସିହାରୁ ସେ ସମୟର ସରପଂଚ ସୁମିନା ପ୍ରଧାନଙ୍କ ସିକୃତି ମୁତାବକ ଗୋଟିଏ ଜନନୀସୁରକ୍ଷାଗାଡି ଓ ଆଉଏକ ୧୦୮ ଆମ୍ବୁଲାନ୍ସ ଦୁଇଟିକୁ ପଂଚୟତ କାର୍ୟ୍ୟାଳୟ ପରିସରରେ ରହିବା ସହ ଏକ ଗୃହରେ ଏହାର କର୍ମଚାରୀ ମାନେ ରହିବା ପାଇଁ ସିକୃତି ଦେଇଥିଲେ ।ଏହି ସିକୃତିପତ୍ର

ଆଧାରରେ କଟକ ସିଡିଏମଓ ଦୁଇଟିଆମ୍ବୁଲାନ୍ସକୁ ଗୋଟିଏ ମଧୁପୁର ପଂଚାୟତରୁ ବାରଙ୍ଗ ପଏସ ସି ଓ ଅନ୍ୟଟିକୁ ପଂଚାୟତ କାର୍ୟ୍ୟାଳୟରୁ ଶିଶୁ ଭବନକୁ ରୋଗୀନେଇ ଯାତାୟତ କରିବାପାଇଁ ସିକୃତି ଦେଇଥିଲେ ।ଦୁଇଟି ଆମ୍ବୁଲାନ୍ସ ସହ ଏହାର୮ଜଣ କର୍ମଚାରୀ ପଂଚାୟତକାର୍ୟ୍ୟାଳୟ ଭିତରେ ଥିବା ଏକ ଗୃହରେ ରହିବାଦ୍ୱାରା ବାରଙ୍ଗର ୮ପଂଚାୟତବାସୀ ରାତିଅଧିଆ ଚିକିସ୍।ଜନିତ ସୁବିଧା ପାଇପାରୁଥିଲେ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।ତେବେ ମଙ୍ଗଳବାର ରାତିରେ ଏବେକାର ସରମ୍ପଚ ସସ୍ମିତା ଭୋଇଙ୍କ ଦିଅର ଆମ୍ବୁଲାନ୍ସ କର୍ମଚାରୀମାନେ ରହୁଥିବା ଗୃହକୁ ତାଲା ପକାଇଦେଇଥିଲେ ।ଯାହାକୁ ନେଇ ଉତେଜନା ଦେଖାଦେଇଥିଲା । ପୁର୍ବତନ ସରପଂଚଙ୍କ ପ୍ରତିନିଧି ପବିତ୍ର ପ୍ରଧାନଙ୍କ ନେତୃତ୍ୱରେ ଆମ୍ବୁଲାନ୍ସ କର୍ମଚାରୀମାନେ ରାତାରାତି ବାରଙ୍ଗଥାନାରେ ଅଭିଯୋଗ କରିବାପରେ ବୁଧବାରଦିନ ତାଲା ଖୋଲିଦିଆଯାଇଥିଲା ।ଏହାଏକ ନିନ୍ଦନୀୟ ଘଟଣା ।ଆମ୍ବୁଲାନ୍ସ ଏଠାରେ ରହିବା ପରେ ସାଧାରଣଲୋକ ବହୁ ଉପକୃତ ହୋଇପାରିଛନ୍ତି ।ଆଂଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ ଦୁଇଟି ଏଠାରେ ରହିବାପାଇଁ ଆଇନଗତ ଦୀଗରେ ସବୁପ୍ରକାର ସହଯୋଗ କରାଯିବ ।ଦରକାରପଡିଲେ ୮ପଂଚାୟତ ଲୋକଙ୍କୁ ନେଇ ରାଜରାସ୍ତାକୁ ଯିବୁ ବୋଲି ପବିତ୍ର ପ୍ରଧାନ କହିଛନ୍ତି ।ମଧୁପୁର ପଂଚାୟତ କାର୍ଯ୍ୟାଳୟରେ ରହୁଥିବା ଆମ୍ବୁଲାନ୍ସକୁ ବାରଙ୍ଗଥାନା ପାଖରେ ରଖିବାପାଇଁ ସରମ୍ପଚ ସସ୍ମିତା ଭୋଇଙ୍କ ଲିଖିତ ଅନୁରୋଧ କ୍ରମେ ସିଡିଏମଓ ମେ୧୫ତାରିଖରେ ନିଦେ୍ର୍ଦନାମା ଜାରିକରିଛନ୍ତି ।ଯେହେତୁ ଗାଁମଧ୍ୟରେ ପଂଚାୟତ କାର୍ଯ୍ୟାଳୟରହିଛି ଦରକାର ସମୟରେ ଆମ୍ବୁଲାନ୍ସ ଏଠାରୁ ଯାଇ ଘଟଣାସ୍ଥଳରେ ପହଁଚିବା ରେ ବିଳମ୍ଭ, ପଂଚାୟତ କାର୍ଯ୍ୟାଳୟରେ ଜାଗାକମ ରହୁଥିବାରୁ ସଭାସମିତି କରିବାରେ ଅସୁବିଧା ଓ ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଭୋଜିଭାତର ଆସରରେ ମହିଳା ସରପଂଚ ସୁରକ୍ଷିତ ନଥିବାର ଅନୁଭବ କରି ସିଡିଏମଓଙ୍କୁ ଜଣାଇଥିଲେ ।ଏହାକୁ ତର୍ଜମାକରି ସିଡିଏମଓ ଆମ୍ବୁଲାନ୍ସକୁ ବାରଙ୍ଗଥାନାରେ ରଖିବାପାଇଁ ନିର୍ଦେଶ ଦେଇଛନ୍ତି ।ତେବେ ଏହାକୁ ନେଇ ରାଜନିତୀକରିବା ଠିକନୁହେଁ ବୋଲି ସମିତିସଭ୍ୟ କିଶାନଜେନା କହିଛନ୍ତି।(ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.