୧୫ବର୍ଷର ନାବାଳିକା ଉଦ୍ଧାର

0 109

ବାଲେଶ୍ବର,୧।୬(ଏସଏସନୀଉଜ)୧୫ବର୍ଷର ନାବାଳିକାଙ୍କୁ ଉଦ୍ଧାର କଲା ଜିଲ୍ଲା ଚାଇଲ୍ଡ ଲାଇନ୍ । ନିର୍ଯାତନା ସହି ନପାରି ଘରୁ ପଳାଇ ଯାଇଥିଲେ ନାବାଳିକା ।ବାଲେଶ୍ବରଜିଲ୍ଲା ବସ୍ତାଥାନା ବଳବୋଧିଗ୍ରାମର ଜଣେ ୧୫ ବର୍ଷର ନାବାଳିକାଙ୍କୁ ତାଙ୍କ ବାପା, ଜେଜେବାପା ଓ ସାବତମା ଅତ୍ୟଧିକ ଶାରୀରିକ, ମାନସିକ ନିର୍ଯାତନା ଦେବାରୁ ସେ ଘରଛାଡି ଚାଲିଯାଇଥିଲେ । ସେହିଗ୍ରାମର ତାରମାଉସୀ ଘରକୁ ପଳାଇ ଆସିଥିଲା । ଏକଥା ଜାଣିବାପରେ ତାଙ୍କ ବାପା, ଜେଜେବାପା ଦୁଇଜଣ ଆସି ମାଉସୀଘରେ ପହଞ୍ଚି କାହିଁକି ଘରୁ ପଳେଇ ଆସିଲୁ ବୋଲି କହିଥିଲେ ।ବିଚ୍ ରାସ୍ତାରେ ନିର୍ଧୁମମାଡ଼ ମାରିଥିଲେ । ଘରକୁଗଲେ ମାରି ଦେବାକୁ ଧମକ ଦେବାପରେ ନାବାଳିକା ଘରକୁ ନଯାଇ ସେହି ଗ୍ରାମର ଅନ୍ୟଜଣେ ବ୍ୟକ୍ତିଙ୍କଘରେ ଆଶ୍ରୟ ନେଇଥିଲେ ।

Leave A Reply

Your email address will not be published.