ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଲାଗିଗଲା ନିଆଁ

0 96

ଅନୁଗୋଳ,୧।୬(ଏସଏସନିଉଜ)ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗର ଲେବର ରୁମରେ ନିଆଁ ଲାଗିଛି।
ରାତିପ୍ରାୟ ୪ ଟାବେଳେ ଏହି ଅଗ୍ନିକାଣ୍ଡ ହୋଇଥିଲା । ତେବେ ସୌଭାଗ୍ୟବଶତଃ ସେ ସମୟରେ ଲେବର ରୁମରେ କେହି ନଥିଲେ ।ଫଳରେ କୌଣସି ଧନଜୀବନ ହାନି ହୋଇନାହିଁ । ନିଆଁଲାଗି ଲେବର ରୁମର ଏସି, ବିଛଣା ସମେତ ଅନ୍ୟାନ୍ୟ ଆସବାବପତ୍ର ଓ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସରଞ୍ଜାମ ମଧ୍ୟ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.