ଓଲଟିଲା କୋଭିଡ୍ ଡ୍ୟୁଟିରେ ଯାଉଥିବା ବସ୍

0 187

ନୟାଗଡ଼,୮/୫(ଏସଏସନିୟୁଜ) , ଗତକାଲି ବିଳମ୍ବିତ ରାତିରେ କୋଭିଡ୍ ଡ୍ୟୁଟି ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସରକାରୀ ବସ୍ ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।ଚାଳକ ଗୁରୁତର ହୋଇଥିବାବେଳେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି। ୨୦ ଜଣ ଏସ୍‌ସିବି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଗତକାଲି କଟକରୁ ଓଏସଆରଟିସି ବସ୍ ଟିବଲାଙ୍ଗିର ଅଭିମୁଖେ ଯାଉଥିଲା। ବିଲମ୍ବିତ ରାତି ରେ ଦୁର୍ଗାପ୍ରସାଦ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ହୋଇ ବସ୍‌ଟି ଓଲଟି ପଡ଼ିଥିଲା। ସମସ୍ତ ଆହତଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ଅନ୍ୟ ଏକ ଗାଡ଼ିରେ ବଲାଙ୍ଗିର ଛାତ୍ରଛାତ୍ରୀମାନେ ଯାଇଥିଲେ ।

Leave A Reply

Your email address will not be published.