ଜଙ୍ଗଲରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

0 174

ଓଡଗାଁ୧୭/୧୦(ଏସ ଏସ ନିୟୁଜ)କୁମ୍ଭିଆପଲ୍ଲୀ ଜଙ୍ଗଲ ମଧ୍ୟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଓଡଗାଁ ଆଦର୍ଶ ଥାନା ପୋଲିସ ଜବତ କରିଛି। ମୃତ ଯୁବକ ହେଉଛନ୍ତି ଓଡଗାଁ ଦଲକ ସାହିର ବଳରାମ ନାୟକ(୫୫) । ଗତକାଲି ରାତିରେ ଖାଇସାରି ବଳରାମ ଘରୁ ଯାଇଥିବାବେଳେ ଫେରିନଥିଲେ। ଆଜି ଗାଁ ଲୋକଙ୍କ ଠାରୁ ଖବର ପାଇ ପରିବାର ଲୋକେ କୁମ୍ଭୀଆପଲ୍ଲୀ ଜଙ୍ଗଲ ମଧ୍ଯରେ ଥିବା ଏକ ସଜନା ଗଛ ଡାଳରେ ବଳରାମଙ୍କ ମୃତଶରୀର ଝୁଲୁଥିବାର ଦେଖିବାକୁ ପାଇଥିଲେ । ଖବରପାଇ ଓଡଗାଁ ଆଦର୍ଶ ଥାନା ପୋଲିସ ୨୦/୨୧ ରେ ଏକ ଅପମୃତ ମାମଲା ରୁଜୁକରି
ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି।

Leave A Reply

Your email address will not be published.