ଟ୍ରକକୁ ପିଟିଲା ବସ୍

0 111

ଭଦ୍ରକ. ୨ା୪(ଏସଏସନିଉଜ) ଗତକାଲି ରାତିରେ ଟ୍ରକ୍‌କୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେବାରୁ ୭ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଚିକିତ୍ସା ଲାଗି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ଜାତୀୟ ରାଜପଥ-୧୬ର ବୀଣାପେଟ୍ରେଲପମ୍ପ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା ।ଦୁର୍ଘଟଣାପରେ ଚାଳକ ଓ ହେଲପର ଘଟଣାସ୍ଥାଳରୁ ଫେରାର ହୋଇଯାଇଛନ୍ତି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.