ସୁବର୍ଣ୍ଣପୁର.୨ା୪(ଏସଏସନିଉଜ)ଡୁଙ୍ଗୁରିପାଲି ଚିନାଜୁରୀଗାଁରେ ନିଶାସକ୍ତ ପୁଅ ବିକ୍ରମ ମେହେର ବାପା ଗଙ୍ଗାଜଳ ମେହେରଙ୍କୁ ଗୁଳି କରିଛନ୍ତି । ବାପା ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ବିକ୍ରମ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇ ବିକ୍ରମ ତାଙ୍କ ପତ୍ନୀଙ୍କୁ ଗୁଳି କରି ଦେବେ ବୋଲି ଧମକ ଦେଇଥିଲେ। ଏହି ସମୟରେ ଗଙ୍ଗାଜଳ ମେହେର ତାଙ୍କୁ ଗୁଳି କରିବା ଲାଗି କହିଥିଲେ। ଏହାପରେ ନିଶାସକ୍ତ ବିକ୍ରମ ଉତ୍ତେଜିତ ହୋଇ ତାଙ୍କ ବାପାଙ୍କୁ ଗୁଳି କରି ଦେଇଥିଲେ।
