ବସକୁ ନିଆଁ ଲଗାଇ ପୋଡି ଦେଲେ ନକ୍ସଲ

0 180

ମାଲକାନଗିରି, ୨୫/୪(ଏସଏସନିଉଜ) ସୀମାନ୍ତ ତେଲେଙ୍ଗାନାର ଚିନ୍ତୁର ଥାନା ଅନ୍ତର୍ଗତ କତୁର ଗ୍ରାମ ନିକଟରେ ଗତକାଲି ରାତିରେ ନବରଙ୍ଗପୁରରୁ ହାଇଦ୍ରାବାଦ ଯାଉଥିବା ବସକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ନକ୍ସଲ । ବସ ପୋଡିବା ସାରିବାପରେ ନକ୍ସଲମାନେ ପୋଷ୍ଟର ସହ ଲିଫଲେଟ ଛାଡ଼ି ଯାଇଛନ୍ତି । ଗତକାଲି ରାତିରେ ଶତାଧିକ ନକ୍ସଲ ରାସ୍ତା ଅବରୋଧ କରିବାଦ୍ୱାରା ଦୁଇପଟେ ବହୁ ଗାଡି ଅଟକି ରହିଥିଲା। ଏହିସମୟରେ କେଭିଆର ନାମକ ଘରୋଇ ବସ ରାସ୍ତାରେ ନଅଟକି ଆଗକୁ ଆସିବାରୁ ନକ୍ସଲ ରାଗିଯାଇ ଯାତ୍ରୀଙ୍କୁ ଓହ୍ଲାଇବାକୁ ଧମକ ଦେବା ପରେ ବସରେ ନିଆଁ ଲଗାଇ ଦେଇଥିଲେ।ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡିଛି।

Leave A Reply

Your email address will not be published.