ଜଳଭଣ୍ଡାରରେ ବୁଡିଲା ଦେଶୀଡଙ୍ଗା ,ଦୁଇ ନିଖୋଜ

0 153

ମାଲକାନଗିରି,୨୫/୪(ଏସଏସନିଉଜ) ଆଜି ଅପରାହ୍ନରେ ଦେଶୀ ଡଂଗା ବୁଡିଯାଇ ବାଲିମେଳା ଜଳଭଣ୍ଡାରରେ ଦୁଇ ଜଣ ବ୍ୟକ୍ତି ନିଖୋଜ ହୋଇଯାଇଥିବା ଜଣାପଡିଛି। ଆଜି ନିରଙ୍ଗିଝୋଲା ଗ୍ରାମରେ ସାପ୍ତାହିକ ହାଟ ସାରି ଓରାପଦର ଗ୍ରାମର ତିନି ଜଣ ଦେଶୀ ଡଂଗାରେ ଘରକୁ ଫେରୁଥିଲେ। ତେବେ ଓରାପଦର ନିକଟରେ ଦେଶୀ ଡଂଗାଟି ଭାରସାମ୍ୟ ହରାଇ ଓଲଟି ପଡିବାଫଳରେ ତିନି ଜଣଙ୍କ ମଧ୍ୟରୁ ଅଣ୍ଡ୍ରାପାଲୀ ପଞ୍ଚାୟତର ଓରାପଦରର ଗ୍ରାମର ଦୁଇ ଜଣ ନିଖୋଜ ହୋଇଯାଇଥିଲେ ।ଅନ୍ୟଜଣେ କୈାଶଳକ୍ରମେ ବଂଚିଯାଇଥିବାର ଜଣାପଡିଛି ।ଖବରପାଇ ପୋଲିସ ସହ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଁଚିଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

Leave A Reply

Your email address will not be published.