ମୋବାଇଲ ନେବାବେଳେ ଧରିଲା ପୋଲିସ

0 89

ବାରଙ୍ଗ,୨।୧(ଏସଏସନିଉଜ) ନୂଆବର୍ଷରେ ନନ୍ଦନକାନନରେ ପ୍ରବଳ ଗହଳିର ସୁଯୋଗରେ ପକେଟ ମାର କରୁଥିବା ଜଣେ ନାବାଳକକୁ ଗିରଫ କରି ପୋଲିସ ମଙ୍ଗଳବାର ଦିନ କୋର୍ଟଚାଳଣ କରିଛି।
ପ୍ରକାଶ ଯେ,ନୂଆବର୍ଷରେ ନନ୍ଦନକାନନଠାରେ ପ୍ରବଳ ଗହଳିର ସୁଯୋଗ ନେଇ, ପର୍ଯ୍ୟଟକଙ୍କ ନିକଟରୁ ମୋବାଇଲ ଚୋରୀ କରୁଥିବା ସମୟରେ ପୁଲିସ ସମ୍ପୃକ୍ତ ନାବାଳକଙ୍କୁ କାବୁ କରିଥିବା ବେଳେ ଅନ୍ୟ ବୟସ୍କ ସଦସ୍ୟ ମାନେ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ନାବଳକଙ୍କ ନିକଟରୁ ଏକ ଚୋରା ମୋବାଇଲଫୋନ ଜବତ କରିଥିଲେ । ପଚରାଉଚରା ସମୟରେ, ସେ ଏହି ମୋବାଇଲଫୋନ ଚୋରୀ କରିଥିବା ସ୍ଵୀକାର କରିଥିଲେ।ପୋଲିସ ୧/୨୪କେଶ ନମ୍ବର ରେ ଏକ ମକଦମା ରୁଜୁକରି ନାବାଳକକୁ ଜୁଭେନାଇଲ ଜଷ୍ଟିସ ବୋର୍ଡ, ଖୋର୍ଦ୍ଧାଙ୍କ ନିକଟରେ ହାଜିର କରିଛି। ପୋଲିସ ଜବତ ମୋବାଇଲକୁ ପର୍ଯ୍ୟଟକଙ୍କୁ ଫେରାଇଦେଇଛି।

Leave A Reply

Your email address will not be published.