ମାରିଦେଲା ସାଙ୍ଗ!

 

ଖୋର୍ଦ୍ଧା,୨।୧(ଏସଏସନିଉଜ) ଜଙ୍କିଆଥାନା ଅନ୍ତର୍ଗତ ଶଗଡ଼ଭଙ୍ଗା ଗ୍ରାମରେ ସାମାନ୍ୟବଚସାକୁ କେନ୍ଦ୍ର କରି ଜଣେସାଙ୍ଗ ନିଜସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।ଏହି ଘଟଣାରେ ଶଗଡ଼ଭଙ୍ଗା ଗ୍ରାମର ରଶ୍ମିରଞ୍ଜନବଳିଆରସିଂ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଜଙ୍କିଆପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାଅନୁଯାୟୀ ରଶ୍ମିରଞ୍ଜନ ଓ ସୋମନାଥ ଉଭୟ ଭଲ ସାଙ୍ଗ ଥିବାବେଳେ ୭ବର୍ଷହେଲା ଯାତ୍ରାପାର୍ଟିରେ କାମ କରୁଥିଲେ।ନୂଆବର୍ଷରେ ଉଭୟ ଗାଁକୁ ଫେରି ଥିବାବେଳେ ସାମାନ୍ୟକଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପରେ ରଶ୍ମିରଞ୍ଜନକୁ ସୋମନାଥ କୁ ହତ୍ୟାକରି ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିଲା।ତେବେ ହତ୍ୟାକାଣ୍ଡର ପକୃତ କାରଣ ଅସ୍ପଷ୍ଟ ରହିଛି।

- Advertisement -

Leave A Reply

Your email address will not be published.