ରାଜଧାନୀରୁ ଧରାପଡ଼ିଲେ  କଟୁରୀ ଗ୍ୟାଙ୍ଗ୍

0 232

ଭୁବନେଶ୍ୱର ,୫/୫(ଏସଏସନିୟୁଜ) କମିଶନରେଟ ପୋଲିସ ହାତରେ ଧରାପଡିଲା କଟୁରୀଗ୍ୟାଙ୍ଗ ।ଏହି ଅପରାଧିମାନେ ହେଲେ ବାଢଣି ବିହାର ଆଖଣ୍ଡଳମଣି ବସ୍ତିରେ ରହୁଥିବା ଗଣେଶ ପୁଟି, ଶଙ୍କର ଦାସ ,ମହାକାଲାପଡାର ଜଗା ଓରଫ ଜଗବନ୍ଧ ସ୍ୱାଇଁ,ଭିଙ୍ଗାରପୁରଶାସନର ସୁଶାନ୍ତ ଗୁରୁ ଏବଂ ସୁଧାମ ନାୟକ ।ଗତ୪ମାସଧରି ଏମାନେ ଦ୍ୱୈତନଗରୀରେ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିବା ଓ ଏକୁଟିଆ ଲୋକଙ୍କୁ ଏମାନେ ଟାର୍ଗେଟ କରି ଛିନତାଇ ଓ ରାହାଜାନି କରୁଥିଲେ। ପଲସରରେ ଆସି କଟୁରୀରେ ଲୋକମାନଙ୍କୁ ଆକ୍ରମଣ କରି ଅଳଙ୍କାର ଓ ଟଙ୍କା ଛଡ଼ାଇ ନେଉଥିଲେ ।ା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଏହି ୫ ଜଣଙ୍କୁ ଧରିବା ସେମାନଙ୍କ ଠାରୁ ୧୯ଟି ସୁନା ଚେନ୍, ୬.୨ କିଲୋଗ୍ରାମ ଓଜନର ରୁପା ଅଳଙ୍କାର, ୧୩ ହଜାର ୬୦୦ ଟଙ୍କା, ଗୋଟିଏ ପଲସର ଗାଡ଼ି, ହୋଣ୍ଡା ଆକ୍ଟିଭା ଗାଡ଼ି ଓ କଟୁରୀ ଜବତ କରାଯାଇଛି। ଏମାନେ ୨୫ଟି ମାମଲାରେ ଜଡିତ ଥିାବବେଳେ ଦୁଇଟି ଚୋରି ଏବଂ ବାକି ଡକାୟତି । ଏହି ସବୁ ମାମଲା ମଧ୍ୟରୁ ଖଣ୍ଡିଆ ଖଣ୍ଡଗିରି ଅଧୀନରେ ଥିବା ଏକ ଜୁଏଲାରୀ ଦୋକାନରେ ଚୋରି କରି ୧୪ କିଲୋଗ୍ରାମ ରୂପା ଅଳଙ୍କାର ଲୁଟି ନେଇଥିବା ନେଇ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Leave A Reply

Your email address will not be published.