ସ୍ଥଗିତ ରହିଲା ସଚ୍ଚିବାଳୟ ଘେରାଉ- ସୁରେଶ କୁମାର ରାଉତରାୟ

0 160

ଭୁବନେଶ୍ଵର ,୫/୫(ଏସଏସନିୟୁଜ) ଜଟଣୀ ଶ୍ରୀଜଗନ୍ନାଥ ଜମି ପ୍ରସଙ୍ଗକୁନେଇ ମଇ ୧ ୯ରେ ସଚ୍ଚିବାଳୟ ଘେରାଉ କରିବାକୁ ହୋଇଥିବା କାର୍ଯ୍ୟକ୍ରମକୁ ସାମୟିକଭାବେ ସ୍ଥଗିତ ରହିଛି ବୋଲି କହିଛନ୍ତି କଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ବିଧାୟକ ରାଉତରାୟ କହିଲେ ଯେ, ବର୍ତ୍ତମାନର ଉତ୍କଟ କରୋନା ମହାମାରୀ ପରିସ୍ଥିତି ଓ ଲକଡ଼ାଉନକୁ ଦୃଷ୍ଟିରୁ ଓ ରାଜ୍ୟ ସରକାରଙ୍କ ପଦ।ଧୁକାରୀଙ୍କ ପରାମର୍ଶ ଓ ଅନୁରୋଧ କ୍ରମେ ଏହି ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଗତକାଲି ସଚ୍ଚିବାଳୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟବ କମିଶନର ପ୍ରଦୀପ ଜେନା, ରାକସ୍ୱ ବିଭାଗ ସଚିବ ବିଷ୍ଣୁପଦ ସେଠୀ, ପ୍ରମୁଖ ଗତକାଲି ବିଧାୟକ ରାଉତରାଙ୍କ ସହିତ ଜଟଣୀ ଜଗନ୍ନାଥ କମି ସତ୍ୱ ପରିବର୍ତ୍ତନ ସଂପର୍କରେ ଆଲୋଚନା କରିଥିଲେ । କୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ତିନିମାସ ମଧ୍ୟରେ ଜଟଣୀ ଜଗନ୍ନାଥ ଜମି ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଯଦି ସରକାର ସମସ୍ୟାର ସମାଧାନ ନକରନ୍ତି ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।

Leave A Reply

Your email address will not be published.