ସ୍ୱାଭିମାନ ଅଞ୍ଚଳରେ ଜିଲ୍ଲାପାଳ

0 174

ମାଲକାନଗିରି,୧୫/୭(ଏସଏସନିୟୁଜ)ମାଲକାନଗିରି ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳର ଯୋଡାମ୍ ଓ ପଣସପୁଟରେ ମାଲକାନଗିରି ନୂତନ ଜିଲ୍ଲାପାଳ ବିଶାଲ ସିଂ ପହଞ୍ଚି ଉନ୍ନୟନ କାର‌୍ୟ୍ୟର ସମୀକ୍ଷା କରିଛନ୍ତି। ଆରକ୍ଷୀ ଅଧିକ୍ଷକ ମଧ୍ୟ ସ୍ବାଭିମାନ ଅଞ୍ଚଳରେ ପହଞ୍ଚିଥିଲେ। ରାଜ୍ୟ ସରକାର ଙ୍କର ସେତୁ ଯୋଜନାରେ କୃଷି, ପାନୀୟ ଜଳ, ଜଳ ସେଚନ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ସ୍ବାଭିମାନ ଅଞ୍ଚଳର ଆଦିବାସୀଙ୍କ ନିକଟରେ କିପରି ପହଞ୍ଚି ପାରିବ, ସେଥପାଇଁ ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏହି ଗସ୍ତ ସମୟରେ ପଣସପୁଟ ରେ ଥିବା ଉଚ୍ଚ ବିଦ୍ୟାଳୟକୁ

ଯାଇ ସେଠାରେ ଶିକ୍ଷା ପରିଚାଳନା ସମ୍ବନ୍ଧରେ ଶିକ୍ଷକ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳଙ୍କୁ ଦୁର୍ଗମ ଅଞ୍ଚଳରେ ପାଇ ସ୍ବାଭିମାନ ଅଞ୍ଚଳବାସୀ ଖୁସି ହୋଇଥିଲେ ।

Leave A Reply

Your email address will not be published.