ଆଜିର ଅନୁଚିନ୍ତା

ତାରିଖ ୧୫-୦୭-୨୦୨୧(ଗୁରୁବାର)

0 281

?ଶ୍ରଦ୍ଧାରୁ >> ଜ୍ଞାନ ନମ୍ରତାରୁ >>ମାନ” ଆଉ “ନିଜ ଯୋଗ୍ୟତାରୁ >ମିଳେ ସ୍ଥାନ,
ହେଲେ ଯେତେବେଳେ ଏଇ ତିନୋଟିଯାକ ମିଶିଯାଏ ସେତେବେଳେ ଯାଇ ମିଳେ ମଣିଷକୁ ସମ୍ମାନ ।
?ଆବଶ୍ୟକ ପୁରଣ ହେଇଗଲେ ମଣିଷର ବ୍ୟବହାର ଆଉ ତାସହ କଥା ହେବା ଶୈଳୀ ମଧ୍ୟ ବଦଳି ଯାଇଥାଏ ।
?ସୁନ୍ଦରତାକୁ ସଜାଡିବା ଅପେକ୍ଷା ନିଜର ସଂସ୍କାରକୁ ସଜାଡ଼ି ଦିଅନ୍ତୁ – କାହିଁକିନା ସୁନ୍ଦରତା ଚାଲି ଯାଇଥାଏ ହେଲେ ମଣିଷର ସଂସ୍କାର ମରିବା ପର୍ଯ୍ୟନ୍ତ ରହିଥାଏ ।
?ଆପଣ ଯାହା ବିଶ୍ୱାଶ କରନ୍ତି ସେଥିରେ ମନ ପ୍ରାଣ ଦେଇ କାର୍ଯ୍ୟ କରନ୍ତୁ । ଫଳାଫଳ ନିଶ୍ଚୟ ଆଶ୍ଚର୍ଯ୍ୟଜନକ ହେବ ।
?ନା Boyfriend ନା Girlfriend ଜୀବନରେ କାହାରି ଆବଶ୍ୟକତା ନାହିଁ, ” କିନ୍ତୁ “ଜୀବନରେ ଜଣେ Best friend ର ଆବଶ୍ୟକତା ନିଶ୍ଚୟ ଅଛି ।
?’ମିଛ’ ବହୁତ ସହଜ ଓ ସୁନ୍ଦର କିନ୍ତୁ ସେଥିରୁ ମିଳିଥିବା ଖୁସି ମୂଲ୍ୟହୀନ । ‘ସତ’ ବହୁତ କଠୋର ଓ ନିଷ୍ଠୁର କିନ୍ତୁ ସେଥିରୁ ମିଳିଥିବା ଖୁସି ଓ ଆତ୍ମତୃପ୍ତି ବହୁତ ମୂଲ୍ୟବାନ ।
?ଝଡ଼ି ଯାଇଥିବା ଫୁଲ କେବେ ଗଛକୁ ଫେରି ଆସେନା। ତେଣୁ ଅତୀତ ବିଷୟରେ ଚିନ୍ତା ନ କରି,ବର୍ତ୍ତମାନକୁ ଭଲ ପାଅନ୍ତୁ ।
? ” ଗରିବ ” ହୁଅନ୍ତୁ ବା ” ଭିକାରୀ ” ସେମାନଙ୍କୁ ନେଇ କେବେବି ଖରାପ ସମାଲୋଚନା କରନ୍ତୁ ନାହିଁ ।” କାରଣ ” ଗରିବ ହେବା ପାଇଁ ସମୟ ଲାଗେନାହିଁ ।
? ” ନୀରବତା ” ର ଅର୍ଥ ହେଉଛି ନିଜ ପରିବାରରୁ ମିଳିଥିବା ” ସଂସ୍କାର ” କିନ୍ତୁ କିଛି ଲୋକ ” ହସନ୍ତି ” ଆଉ ଏହାକୁ ” ଦୁର୍ବଳତା ” ବୋଲି ଭାବନ୍ତି ।
?କୌଣସି କଷ୍ଟଠାରୁ ମୁକ୍ତି ପାଇବା ପାଇ ଧୋର୍ଯ୍ୟଧରି ରହିବା ହେଉଛି…… ଏକ ପ୍ରକାର ପ୍ରାର୍ଥନା । ଆଜି ଗୁରୁବାର ମା ମହାଲକ୍ଷ୍ମୀ ଙ୍କ ନିକଟରେ କୋଟି କୋଟି ପ୍ରଣାମ, ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମାଙ୍କ ନିକଟରେ ଏତିକି ପ୍ରାର୍ଥନା, ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଜୟ ଜଗନ୍ନାଥ

Leave A Reply

Your email address will not be published.