ଋଣ ଶୁଝିଲେ ଡାକ୍ତର

ଖବର ଆଜିର,ତାରିଖ ୧୫-୦୭-୨୦୨୧/ଗୁରୁବାର

0 267

୧– କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୧୧ % ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର, ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ସଂସଦର
୨-ଆଜି ୬ ଘଣ୍ଟିଆ ଓଡିଶା ବନ୍ଦ, ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଳାଇବେ ବାମପନ୍ଥୀ ଦଳ ।
୩– କୋଭିଡ-୧୯ ଟିକାକରଣ ଅଭିଯାନ : ଟିକା ନେଲେଣି ୩୯ କୋଟିରୁ ଅଧିକ
୪– କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟରୋଗ ଅନୁଷ୍ଠାନ (AHPGIC) ରେ ଏମଆର ଆଇ ଓ ସିଟି ସ୍କାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ . .
୫– ଆଜିଠାରୁ ଭୁବନେଶ୍ବର ଏମ୍ସରେ ଉପଲବ୍ଧ ହେବ ଇକମୋ ଚିକିତ୍ସା, ରାଜ୍ୟର ପ୍ରଥମ ସରକାରୀ ଚିକିତ୍ସାଳୟ ଭାବେ ଏମ୍ସରେ ଏହି ସୁବିଧା । ।
୬-ଆଜି ମୋଦୀଙ୍କ ବାରଣାସୀ ଗସ୍ତ, ୧୫୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ସିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ।
୭-କଲେଜର ଋଣ ଶୁଝିଲେ ଡାକ୍ତର । ସମ୍ବଲପୁର ଜିଏମ୍ କଲେଜ ଟ୍ରଷ୍ଟରୁ ଷ୍ଟାଇପେଣ୍ଡ ପାଇ ଡାକ୍ତରୀ ପଢ଼ିଥିଲେ ନାରାୟଣୀ ପଣ୍ଡା । ୬୦ ବର୍ଷ ପରେ କଲେଜ ଟ୍ରଷ୍ଟ ପାଣ୍ଠିକୁ ଦେଲେ ୩୦ ଲକ୍ଷ ଟଙ୍କା ।
୮-ଦେଶର ଇସ୍ପାତ ହବ୍ ହେବ ଓଡିଶା । ମୁଖ୍ୟମନ୍ତ୍ରୀ କହିଲେ, ୨୦୩୦ ସୁଦ୍ଧା ଓଡିଶାକୁ ଦେଶର ଇସ୍ପାତ ହବ୍‌ କରାଯିବ । ସେପଟେ, ଇସ୍ପାତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଢେଙ୍କାନାଳବାସୀ l
୯-କ୍ରିକେଟ ଇତିହାସରେ ପ୍ରଥମ : ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଲା ଆୟରଲାଣ୍ଡ, ୧-୦ରେ ସିରିଜ ଆଗୁଆ ।
୧୦-ପୀୟୂଷ ଗୋୟଲ ହେଲେ ରାଜ୍ୟସଭାରେ ବିଜେପିର ସଂସଦୀୟ ଦଳ ନେତା, ଥାୱରଚନ୍ଦ ଗେହଲଟଙ୍କ ସ୍ଥାନ ନେଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ।
୧୧-ନନ୍ଦିଗ୍ରାମ ନିର୍ବାଚନର ଇଭିଏମ ଓ ସମସ୍ତ ଦସ୍ତାବିଜ ସଂରକ୍ଷିତ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ।
୧୨-ଆସନ୍ତା ଦୁଇ ବର୍ଷ ପାଇଁ ଭାରତୀୟ ଦଳର କାର୍ଯ୍ୟସୂଚୀ; ସମୁଦାୟ ୬ ସିରିଜ ଖେଳିବ ବିରାଟ ବାହିନୀ ।
୧୩-ପଞ୍ଜାବ ସରକାରଙ୍କ ବଡ଼ ଘୋଷଣା, ୨.୮୦ ଲକ୍ଷ କୃଷକଙ୍କ ୫୯୦ କୋଟି ଟଙ୍କାର ଋଣ ଛାଡ଼ ।
୧୪-ହିମାଚଳ ପ୍ରଦେଶରେ ଜାରି ରହିଛି ପ୍ରକୃତିର ପ୍ରଳୟ । ବାଦଲ ଫଟା ବର୍ଷା ପରେ ବନ୍ୟା ଓ ଭୂ-ସ୍ଖଳନ । ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ।
୧୫-ଜମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା । ଏନକାଉଣ୍ଟର କରି ନିପାତ କଲା ୩ ଆତଙ୍କୀ । ମୃତକଙ୍କ ଭିତରେ ରହିଛି ଲସ୍କର-ଇ-ତୋଇବାର କୁଖ୍ୟାତ ଆତଙ୍କବାଦୀ ଐଜାଜ୍ ଆଲିଆସ । ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.