୦୨ଜୁଲାଇ୨୦୨୦ ଗୁରୁବାର ର ଗୁରୁତ୍ୱପୂର୍ଣ୍ଣ ଖବର

0 448

➡ବିନା ଭକ୍ତରେ ଚତୁର୍ଦ୍ଧାବିଗ୍ରହଙ୍କ ସୁନାବେଶ-ପୁରୀ: ନବଦିନାତ୍ମକ ଯାତ୍ରା ଶେଷକରି ବୁଧବାର ବାହୁଡ଼ି ଆସିଛନ୍ତି ଚତୁର୍ଦ୍ଧାବିଗ୍ରହ। ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ମହାପ୍ରଭୁଙ୍କର ଗୁରୁବାର ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଛି। ପ୍ରାୟ ୧୩୮ ପ୍ରକାରର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି ଦାରୁବିଗ୍ରହ। ବିଶ୍ୱନିଅନ୍ତାଙ୍କ ଏହି ଦିବ୍ୟ ବେଶକୁ କିନ୍ତୁ ଦର୍ଶନ କରିପାରୁ ନାହାନ୍ତି ଭକ୍ତ। ମହାମାରୀ କରୋନା ପାଇଁ ରଥଯାତ୍ରା ଓ ବାହୁଡ଼ା ଭଳି ସୁନା ବେଶ ବି ଭକ୍ତଶୂନ୍ୟ ରହିଛି।ଏହି ସୁନା ବେଶ ପାଇଁ ସକାଳ ସାଢ଼େ ୬ଟାରୁ ତିନି ରଥରେ ମଙ୍ଗଳ ଆଳତି ହୋଇଥିଲା। ପରେ ଅନ୍ୟାନ୍ୟ ନୀତି ବଢ଼ି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସୁଦ୍ଧା ମହାପ୍ରଭୁଙ୍କ ସୁନା ବେଶ ଆରମ୍ଭ ହୋଇଥିଲା।
➡CORONAVIRUS UPDATE- ରାଜ୍ୟରେ ପୁଣି ୨୨୯ କରୋନା ପଜିଟିଭ୍ ଚିହ୍ନଟ; ଆକ୍ରାନ୍ତ ସଂଖ୍ୟା ୭୫୪୫କୁ ବୃଦ୍ଧି,ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ପୁଣି ୨୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୩ କ୍ୱାରାଣ୍ଟାଇନ୍ ସେଣ୍ଟରର ଓ ୩୬ଜଣ ସ୍ଥାନୀୟ ଅଞ୍ଚଳର। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ୧୯ଟି ଜିଲାରୁ ନୂଆ ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୯୫ ରହିଥିବା ବେଳେ ବାଲେଶ୍ୱରର ୨୪ଜଣ ରହିଛନ୍ତି। ସେହିପରି ଅନୁଗୋଳ ୧, ବରଗଡ଼ ୧, ବଲାଙ୍ଗୀର ୭, ବୌଦ୍ଧ ୩, କଟକ ୧୨, ଦେବଗଡ଼ ୧, ଗଜପତି ୧, ଜଗସିଂହପୁର ୧, ଯାଜପୁର ୨୨, ଝାରସୁଗୁଡ଼ା ୧୦, କେନ୍ଦୁଝର ୧, ଖୋର୍ଦ୍ଧା ୨୧, କୋରାପୁଟ ୧, ମୟୁରଭଞ୍ଜ ୨, ନୟାଗଡ଼ ୫, ପୁରୀ ୪ ଓ ସୁନ୍ଦରଗଡ଼ରୁ ୧୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
➡ଉଙଜଙଘଇଠଓଜଟଝ ଟଚଊଇଞଋ: ରାଜ୍ୟରେ ସୁସ୍ଥ ହେଲେ ୧୪୯ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୫,୫୦୨କୁ ବୃଦ୍ଧି-ରାଜ୍ୟରେ ଗୁରୁବାର ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୪୯ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୨୪, ମୟୂରଭଞ୍ଜ ୧୪, କଟକ ୧୩, କଳାହାଣ୍ଡି-କେନ୍ଦ୍ରାପଡ଼ାରୁ ୬ଜଣ ଲେଖାଏ, ରାୟଗଡ଼ା ୫, ଅନୁଗୋଳ-ଝାରସୁଗୁଡ଼ା-ସୁନ୍ଦରଗଡ଼ରୁ ୪ ଜଣ ଲେଖାଏ, ବଲାଙ୍ଗୀର-ଭଦ୍ରକ-ଯାଜପୁର-ପୁରୀରୁ ୩ଜଣ ଲେଖାଏ, ବାଲେଶ୍ୱର-ଜଗତ୍‌ସିଂହପୁର-ନୟାଗଡ଼ରୁ ୨ଜଣ ଲେଖାଏ, ବରଗଡ଼ ଏବଂ କେରାପୁଟରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ନୂତନ ଅଳାରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୫୦୨କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
➡ରାଜ୍ୟରେ ଆଉ ୨ ଜଣଙ୍କ କୋରୋନାରେ ମୃତ୍ୟୁ, ଗଞ୍ଜାମରେ ଜଣେ ୪୯ ବର୍ଷୀୟ ପୁରୁଷ ଓ ଅନୁଗୁଳରେ ଜଣେ ୫୭ ବର୍ଷୀୟ ପୁରୁଷଙ୍କ କୋରୋନାରେ ମୃତ୍ୟୁ, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି
➡ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି, ଏହିସବୁ ହସ୍ପିଟାଲରେ ମିଳିବ ଚିକିତ୍ସା -ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତକୁ ଦେଖି ରାଜ୍ୟ ସରକାର ପ୍ଲାଜମା ଥେରାପିକୁ ଆପଣେଇବାକୁ ଯାଉଛନ୍ତି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପ୍ଲାଜମା ଥେରାପିରେ ଚିକିତ୍ସା ପଦ୍ଧତି ନିରୂପଣ ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ।
➡ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ; କାରରୁ ମିଳିଲା ଲକ୍ଷାଧିକ ଟଙ୍କା-କୋରାପୁଟ : ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କୋରାପୁଟ ଡିଭିଜନ୍ ଭିଜିଲାନ୍ସ ଟିମ୍ ଗୁରୁବାର ପୂର୍ବାହ୍ନରେ ଜିଲ୍ଲ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ଗିରଫ କରିବା ସହ ଗାଡିରୁ ୧୧ ଲକ୍ଷ ୭୩ ହଜାର ୪୩୦ ଟଙ୍କା ଜବତ କରିଛି ।
➡ଜୁଲାଇ ୧୩ରୁ ଆରମ୍ଭ ହେବ କଲେଜ ପିଲାଙ୍କ ଅନ୍‌ଲାଇନ୍ କ୍ଲାସ୍,ଭୁବନେଶ୍ବର : ଆସନ୍ତା ଜୁଲାଇ ୧୩ ତାରିଖରୁ ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଆରମ୍ଭ ହେବ ଅନ୍‌ଲାଇନ୍ କ୍ଲାସ୍ । ଅନଲାଇନ୍ କ୍ଲାସ୍ ନେଇ ଗାଇଡଲାଇନ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ପାଇଁ ଉଚ୍ଚଶିକ୍ଷା ସଚିବ ଗାଇଡଲାଇନ୍ ଜାରି କରିଛନ୍ତି । ଜୁଲାଇ ୧୩ରୁ ଅନଲାଇନ କ୍ଳାସ ଆରମ୍ଭ ପାଇଁ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
➡TPSLକାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ବିସ୍ଫୋରଣ; ପୋଡ଼ିହୋଇ ୭ ଗୁରୁତର,ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାରେ ଥିବା ଞଚଝଖ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ବିସ୍ଫୋରଣ ଘଟି ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କାରଖାନାର ଦ୍ୱିତୀୟ ମହଲାରେ ଥିବା ଫର୍ଣ୍ଣେସ୍‌ରେ ବିସ୍ଫୋରଣ ଯୋଗୁ ନିଆଁ ଛିଟିକି ପଡ଼ିଥିଲା। ସେଠାରୁ କାମ କରୁଥିବା ଶ୍ରମିକଙ୍କ ଉପରେ ନିଆଁ ଛିଟିକ ପଡ଼ିବାରୁ ୭ ଜଣ ଗୁରୁତର ଭାବେ ପୋଡ଼ି ହୋଇଯାଇଛନ୍ତି।
➡ବଜ୍ରପାତ ଓ ବର୍ଷା ନେଇ ୧୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ-ଭୁବନେଶ୍ୱର: ଦକ୍ଷିଣ ଉପକୂଳ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସମୁଦ୍ରପତନ ଠାରୁ କିଛି କିଲୋମିଟର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହା ଦ୍ୱାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୭ ତାରିଖ ପର‌୍ୟ୍ୟନ୍ତ ରାଜ୍ୟରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହ ବଜ୍ରପାତ ହେବା ନେଇ ଆସନ୍ତା ୨୪ଘଣ୍ଟା ନେଇ ୧୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ୧୬ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ କେନ୍ଦୁଝର, ମୟୂରଭଞ୍ଜ ଓ ଭଦ୍ରକ ।
➡ଲୋକସେବା ଭବନ ପ୍ରବେଶ ମନା-ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେଲାଣି। ଆକ୍ରାନ୍ତଙ୍କ ସହ ମୃତକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ସବୁଠାରୁ ବେଶି ଚିନ୍ତାର ବିଷୟ ହୋଇଛି ଲୋକାଲ କେସ୍। ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଓ ରାଜୀବ ଭବନରେ ସାଧାରଣ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।ଜୁଲାଇ ୩୧ ପର‌୍ୟ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିବ। ଲୋକମାନଙ୍କ ଭିଡକୁ କମାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖାଯାଇଛି ।
➡ଗଞ୍ଜାମ ଜିଲ୍ଲାରେ ଗାଡ଼ି ଚଳାଚଳ ମନା-ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଏହା ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସେଥିପାଇଁ ଜିଲ୍ଲାରେ କରୋନା କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି।କରୋନା ସଂକ୍ରମଣକୁ ନଜରରେ ରଖି ଜିଲ୍ଲାରେ ଜୁଲାଇ ୩୧ ପର‌୍ୟ୍ୟନ୍ତ ଗାଡ଼ି ଚଳାଚଳ ପାଇଁ ମନା କରାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ କେବଳ କୃଷି, ମାଲ ପରିବହନ ଓ ସ୍ୱାସ୍ଥ୍ୟ ସୁବିଧା ପାଇଁ ବ୍ୟବହୃତ ଗାଡ଼ିକୁ ଅନୁମତି ମିଳିବ। ଲୋକମାନେ ନିଜ ଘରଠାରୁ ଏକ କିଲୋମିଟରରୁ ଅଧିକ ଦୂର ଯିବାକୁ ବାରଣ କରାଯାଇଛି।
➡ଶନିବାର, ରବିବାର ବରଗଡ଼ ସହରାଞ୍ଚଳ ହେବ ଶଟ୍‌ଡାଉନ୍-ବରଗଡ଼ : ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ୧୧୦ରେ ପହଞ୍ଚିଛି । ସେଥିମଧ୍ୟରୁ ୫୬ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୫୩ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଏହାକୁ ପ୍ରତିହତ କରିବା ଲକ୍ଷ୍ୟ ରଖି ଆସନ୍ତା ଶନିବାର ଓ ରବିବାର ବରଗଡ଼ ଜିଲାର ସମସ୍ତ ସହରାଞ୍ଚଳ ତଥା ପୌରପରିଷଦ ଅଞ୍ଚଳକୁ ଶଟ୍‌ଡାଉନ୍ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।
➡ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧୀକ୍ଷକଙ୍କ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ,ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧୀକ୍ଷକ ମକରଧ୍ୱଜ ବର୍ଗୀଙ୍କ ଘର ଓ ଅଫିସ୍ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ଚାଲିଥିବାର ଖବର ମିଳିଛି ।ବରଗଡ଼, ସମ୍ବଲପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ପକ୍ଷରୁ ମିଳିତ ଭାବେ ଚଢ଼ଉ ଜରି ରହିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧୀକ୍ଷକ ମକରଧ୍ୱଜ ବର୍ଗୀଙ୍କ ବରଗଡ଼ର ସରସ୍ବତୀ ଏକକ୍ଲେଭରେ ଥିବା ଭଡ଼ା ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କର ବରଗଡ଼ କାର‌୍ୟ୍ୟାଳୟରେ ବି ଚଢ଼ାଉ ଜାରି ରହିଛି।
➡ବନ୍ୟା ଏବଂ ଭୂସ୍ଖଳନରେ ୩୩ଜଣଙ୍କ ମୃତ୍ୟୁ : ଆସାମର ୨୧ଜିଲ୍ଲାର ୧୫ଲକ୍ଷ ପ୍ରଭାବିତ -ଗୁଆହାଟୀ: ଆସାମରେ ଲଗାତାର ହେଉଥିବା ବର୍ଷା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ଆସିଛି। ଏବେ ସୁଦ୍ଧା ବନ୍ୟା ଏବଂ ଭୂସ୍ଖଳନରେ ୩୩ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଅଧିକାରୀ ଏହାର ସୂଚନା ଦେଇ କହିଛନ୍ତି ଯେ ରାଜ୍ୟର ୨୧ଟି ଜିଲ୍ଲାରେ ୧୫ଲକ୍ଷ ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ତଟବନ୍ଧ,ରାସ୍ତା,ପୋଲ ଏବଂ ଅନ୍ୟ ବୁନିଆଦୀ ଢ଼ାଞ୍ଚାକୁ କ୍ଷତି ପହଞ୍ଚାଇବା ସହ ପାଖାପାଖି ୧୫ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।
➡ ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ସିଭିଲ ସର୍ଭିସ ପ୍ରିଲିମ୍ ପ୍ରାର୍ଥୀ-ନୂଆଦିଲ୍ଲୀ: ସିଭିଲ୍ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୪ରେ ଅନୁଷ୍ଠିତ ହେବାକୁ ଥିଲାବେଳେ ପ୍ରାର୍ଥୀ ଚାହିଁଲେ ସେମାନଙ୍କ ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ବୋଲି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ଘୋଷଣା କରାଯାଇଛି। ଏଥର ପରୀକ୍ଷା ଦେବା ପାଇଁ ବହୁସଂଖ୍ୟାରେ ପ୍ରାର୍ଥୀ ଆବେଦନ କରିଥିବାବେଳେ ଅନେକେ ସେମାନଙ୍କ ପରୀକ୍ଷା କେନ୍ଦ୍ର ବଦଳାଇବା ପାଇଁ ଅନୁରୋଧ କରିଥିଲେ। ସେମାନଙ୍କୁ ନୂଆ ପରୀକ୍ଷା କେନ୍ଦ୍ର ଚୟନ କରି ଆବେଦନ କରିବା ଲାଗି ଏକ ସୁଯୋଗ ଦେବାକୁ କମିଶନ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ସିଭିଲ୍ ସର୍ଭିସ୍ (ମେନ୍) ପରୀକ୍ଷା, ୨୦୨୦ ଏବଂ ଭାରତୀୟ ବନ ସେବା (ମେନ୍) ପରୀକ୍ଷା, ୨୦୨୦ ପାଇଁ ମଧ୍ୟ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ସୁଯୋଗ ଦିଆଯାଇଛି। ଏଥିପାଇଁ ଜୁଲାଇ ୭ରୁ ୧୩ ଏବଂ ୨୦ରୁ ୨୪ ତାରିଖ ଦୁଇଟି ପର‌୍ୟ୍ୟାୟରେ କମିଶନଙ୍କ ଓ୍ବେବ୍‌ସାଇଟ ଷଗ୍ଧଗ୍ଧକ୍ଟ୍ର://ଙ୍କକ୍ଟ୍ରଗ୍ଦମକ୍ଟଦ୍ଭକ୍ଷସଦ୍ଭର.ଦ୍ଭସମ.ସଦ୍ଭରେ ପ୍ରାର୍ଥୀ ସଂଶୋଧିତ ପରୀକ୍ଷା କେନ୍ଦ୍ର ପାଇଁ ଆବେଦନ କରିପାରିବେ।
➡ ଭାରତରେ ଚାଇନିଜ ଆପ୍ ନିଷେଧକୁ ଆମେରିକାର ସ୍ବାଗତ-ନୂଆଦିଲ୍ଲୀ: ଚୀନ ସହିତ ସୀମା ବିବାଦ ଲାଗି ରହିଥିବାବେଳେ ଭାରତ ସରକାର ଟିକ୍‌ଟକ୍ ସମେତ ୫୯ଟି ଚାଇନିଜ୍ ଆପ୍ଲିକେଶନକୁ ଦେଶରେ ନିଷେଧ କରିଛନ୍ତି। ଏହାକୁ ଆମେରିକା ସ୍ବାଗତ କରିଛି। ସରକାରଙ୍କ ଏଭଳି ପଦକ୍ଷେପ ଦେଶର ସର୍ବଭୌମତ୍ଵକୁ ମଜଭୁତ କରିବ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ କହିଛନ୍ତି।
➡ ମଧ୍ୟପ୍ରଦେଶ କ୍ୟାବିନେଟର ହେଲା ସମ୍ପ୍ରସାରଣ-ଭୋପାଳ,: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀମଣ୍ଡଳର ଗୁରୁବାର ସମ୍ପ୍ରସାରଣ ହୋଇଛି। ଏଥିରେ ୨୮ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୦ କ୍ୟାବିନେଟ ଓ ୮ ରାଜ୍ୟମନ୍ତ୍ରୀ ରହିଥିବା ସୂଚନା ମିଳିଛି। ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ରାଜଭବନ ପରିସରରେ ୨୮ ମନ୍ତ୍ରୀଙ୍କ ଶପଥ ପାଠ କରାଇଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସର କମଲନାଥ ସରକାର ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀମଣ୍ଡଳରେ ଅଳ୍ପ କେତେ ଜଣଙ୍କୁ ସାମିଲ କରାଯାଇଥିଲା। କ୍ୟାବିନେଟ ମନ୍ତ୍ରୀ ଭାବେ ଇମତ୍ରି ଦେବୀ, ପ୍ରଭୁରାମ ଚୌଧୁରୀ, ପ୍ରଦ୍ୟୁନ୍ନ ସିଂ ତୋମାର ଶପଥ ନେଇଛନ୍ତି।
➡ ରୁଷ ରାଷ୍ଟ୍ରପତି ପୁଟିନଙ୍କ କାର୍ଯ୍ୟକାଳ  ୨୦୩୬ ପର୍ଯ୍ୟନ୍ତ  ବୃଦ୍ଧି-ମସ୍କୋ: ଭ୍ଲାଡ଼ିମିର ପୁଟିନ୍ ଆସନ୍ତା ୨୦୩୬ ମସିହା ପର୍ଯ୍ୟନ୍ତ  ରୁଷ୍ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବେ । ସମ୍ବିଧାନ ସଂଶୋଧନ ନେଇ ଦେଶରେ ହୋଇଥିବା ଭୋଟରେ ପୁଟିନ ଓ ତାଙ୍କର ସମର୍ଥକମାନଙ୍କୁ ବିପୁଳ ସମର୍ଥନ ମିଳିଛି । ଦେଶର ୬୮% ଜନସାଧାରଣ ଏହି ଭୋଟିଂରେ ଭାଗ ନେଇଥିଲେ । ଏହାମଧ୍ୟରୁ ୭୭.୯୨% ଭୋଟ ପୁଟିନଙ୍କ ସମର୍ଥନରେ ପଡ଼ିଥିବାବେଳେ ୨୧.୨୬% ପୁଟିନଙ୍କ କାର୍ଯ୍ୟକାଳ  ବୃଦ୍ଧିକୁ ବିରୋଧ କରିଥିଲେ ।
➡ ନେପାଳରେ ରାଜନୈତିକ ସଂକଟ, ଓଲି ସରକାର ପ୍ରତି ବଢିଲା ବିପଦ-କାଠମାଣ୍ଡୁ: ଗତ କିଛି ଦିନ ଧରି ଭାରତ ବିରୋଧୀ ମନୋଭାବ ପୋଷଣ କରିଥିବା ନେପାଳର ପ୍ରଧାନମନ୍ତ୍ରୀ କେପିଏସ୍ ଓଲିଙ୍କ ସ୍ଥିତି ଏବେ ଟଳମଳ। ନିଜ ଆସନ ବଞ୍ଚାଇବା ତାଙ୍କ ପାଇଁ ଏବେ କାଠିକର ପାଠ ହୋଇ ପଡ଼ିଛି। ଓଲିଙ୍କ କ୍ୟାବିନେଟରେ ଥିବା ଦଳଗୁଡ଼ିକ ଆଣିଥିବା ପାର୍ଟିସନ ଅର୍ଡିନାନସକୁ କେନ୍ଦ୍ର କରି ସଂକଟ ଉପୁଜିଛି। ମ୍ୟାପ୍ ପ୍ରସଙ୍ଗକୁ ନେଇ ଭାରତ ସହିତ ବିବାଦ ବଢିବା ପରଠାରୁ ନେପାଳରେ ରାଜନୈତିକ ସଂକଟ ଘନୀଭୂତ ହେବାରେ ଲାଗିଛି। ବିରୋଧୀମାନେ ଏଥିପାଇଁ ଓଲିଙ୍କୁ ଦାୟୀ କରି ଆସୁଛନ୍ତି।

Leave A Reply

Your email address will not be published.