ପେଟ୍ରୋଲ ଡିଜେଲ ଦରବୃଦ୍ଧିପ୍ରତ୍ୟାହାର ଦାବୀକଲା ଏସୟୁସିଆଇ

0 606

ଡେଲାଙ୍ଗ,୧/୭  ( ଏସଏସନିୟୁଜ) ଡେଲାଙ୍ଗ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଡେଲାଙ୍ଗ ଶାଖା ପକ୍ଷରୁ ପେଟ୍ରୋଲ ଡିଜେଲର କ୍ରମାଗତ ଦରବୃଦ୍ଧିକୁ ପ୍ରଦିବାଦ କରାଯାଇଛି । ଏସୟୁସିଆଇ କର୍ମକର୍ତା ମାନେ ପ୍ଲାଗକାର୍ଡ,ବ୍ୟାନରଧରି ପେଟ୍ରୋଲ ଡିଜେଲ ଦରବୃଦ୍ଧି କମାଅ ଓ ଟିକସ ପ୍ରତ୍ୟାହାର କରିବା ଆଦି ବିଭିନ୍ନ ସ୍ଲୋଗାନ ଦେଇ ପ୍ରଦିବାଦ କରିଥିଲେ । ଏହି ବିକ୍ଷୋଭରେ ଅଲଇଣ୍ଡିଆ କିସାନ କ୍ଷେତ ମଜଦୁର ସଂଗଠନର ରାଜ୍ୟସମ୍ପାଦକ କମ୍ରେଡ ରଘୁନାଥ ଦାସ କେନ୍ଦ୍ର ଓ ରାଜ୍ୟସରକାରଙ୍କ ତୈଳଦର ବୃଦ୍ଧି ନିୟନ୍ତ୍ରଣ କ୍ଷେତ୍ରରେ ଚରମ ବ୍ୟର୍ଥତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥି ସହିତ ତୈଳ କମ୍ପାନୀ ମାନଙ୍କୁ ଦର ନିର୍ଣ୍ଣୟ କରିବାର ଅଧିକାର ଦେବାଦ୍ୱାରା ଅସ୍ୱଭାବିକ ଭାବେ ଦର ବୃଦ୍ଧି ପାଇବା ଓ ବିଭିନ୍ନ ଦେଶରେ ଲିଟର ପିଛା ତୈଳଦର ସମ୍ପର୍କରେ ସମ୍ୟକ ଆଲୋକପାତ କରିଥିଲେ । ସାରା ବିଶ୍ୱରେ ଅନ୍ୟ ଦେଶମାନଙ୍କରେ ପେଟ୍ରୋଲ ଦର କମ ଥିବା ବେଳେ ଭାରତରେ ଲିଟର ପିଛା ୮୧ ଟଙ୍କା ରହିଛି । ସରକାର ତୁରନ୍ତ ପେଟ୍ରୋଲ ଡିଜେଲ ବଦ୍ଧିତ ଦର ହ୍ରାସ କରିବା ପାଇଁ ଦାବିକରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କମ୍ରେଡ ଦିନବନ୍ଧୁ ପରିଡା ,ରାଜକିଶୋର ଆଳୁକ,ଗଙ୍ଗାଧର ପ୍ରଧାନ,ବଟକୃଷ୍ଣ ସ୍ୱାଇଁ,ଗୋଲଖ ବରାଳ ପ୍ରମୁଖକର୍ମକର୍ତା ଏହି ପ୍ରଦିବାଦ ସଭାରେ ଯୋଗଦେଇଥିଲେ ।

Leave A Reply

Your email address will not be published.