୧୦ରୁ ଡେରାସରେ ବଣଭୋଜି

ବାରଙ୍ଗ,୮/୧୨(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ବଣଭୋଜି ପର୍ଯ୍ୟଟକମାନଙ୍କ ପାଇଁ ବେଶ ଆକର୍ଷିତ ଥିବା ଡେରାସରେ ବଣଭୋଜି ପାଇଁ ମିଳିଛି ଅନୁମତି ।ଆସନ୍ତା ୧୦ତାରିଖରୁ ଡେରାସରେ ବଣଭୋଜିର ମଜ୍ଜା ଉଠାଇବେ ପର୍ଯ୍ୟଟକ ।ଏଥିପାଇଁ ପିସିସିଏଫଙ୍କ କାର୍ଯ୍ୟାଳୟରୁ ୧୨୫୧୪/୨୦୨୧ମେମୋନଂରେ ଏକ ନିର୍ଦ୍ଦେନାମା ଚନ୍ଦକା ଡିଓଫଓ ପାଖକୁ ଆସିଛି ।ଏହିଆଧାରରେ ଆସନ୍ତା ୧୦ତାରିଖରେ ଡେରାସ ଫାଟକ ପାଶ୍ୱର୍ରେ ରହିଥିବା ବଣଭୋଜି ସ୍ଥଳରେ ରହିଥିବା ୧୮ଟି ପିଣ୍ଡିରେ ବଣଭୋଜି ପର୍ଯ୍ୟଟକମାନେ କରିପାରିବେ ।ବଡପିଣ୍ଡିପାଇଁ ୫ଶହ ଓ ସାନପିଣ୍ଡିପାଇଁ ୩ଶହ ଟଙ୍କା ଦେବାକୁ ପଡିବ ।ସମସ୍ତ ପର୍ଯ୍ୟଟକମାନେ କୋଭିଡ ଗାଇଡଲାଇନକୁ ଅନୁପାଳନକରି ବଣଭୋଜି କରିପାରିବେ ।ଏଥିପାଇଁ ପର୍ଯ୍ୟଟକମାନେ ଅଫଲାଇନରେ ବଣଭୋଜିପାଇଁ ଟିକେଟ କାଟିପାରିବେ ।କିନ୍ତୁ ଏହାସହ ପ୍ରାକୃତିକ ମନୋରମ ଭରା ଜଙ୍ଗଲର ଦୃଶ୍ୟ ସହ ବିଶାଳ ଜଙ୍ଗଲ ମଝିରେ ଜଳଭଣ୍ଡାର ଡେରାସ ଡ୍ୟାମ କୁ ବୁଲିବାର ମଜା ଉଠାଇବେ ।ସେହିଭଳିଭାବେ ଏଠରେ ଥିବା ୮ଟିକଟେଜ ଗୁଡିକୁ ଅନଲାଇନରେ ବୁକିଂ କରିବାକୁ ପଡିବ ।ବଡ କଟେଜଗୁଡିକୁ ସାଢେ୩ହଜାରେ ଓ ସାନ କଟେଜକୁ ଅଢେଇହଜାରେ ଟଙ୍କା ରଖାଯାଇଛି ।୨ବର୍ଷ ହେବ ବନ୍ଦ ରହିଥିବା ବଣଭୋଜିକୁ ଏବେ ଅନୁମତି ମିଳିଥିବାରୁ ପର୍ଯ୍ୟଟକମାନେ ବେଶ ଏହାର ମଜ୍ଜା ଉଠାଇପାରିବେ ବୋଲି ଆଶା ରଖିଛି ଚନ୍ଦକା-ଡମପଡା ଅଭୟାରଣ୍ୟ କର୍ତୁପକ୍ଷ ।

- Advertisement -

Leave A Reply

Your email address will not be published.