୧୨୨ କିଲୋ ଗଞ୍ଜେଇ ଜବତ କଲା ପୋଲିସ

0 303

ମାଲକାନଗିରି,୯/୫(ଏସଏସନିଉଜ)ଆଜି ଚିତ୍ରକୋଣ୍ଡା ଅଂଚଳରୁ ଗଞ୍ଜେଇ ଜବତ କରିଛି ଚିତ୍ରକୋଣ୍ଡା ପୁଲିସ ।ଏକ ପୋଲିସ ଟିମ୍ ପେଟ୍ରୋଲିଂ ଏବଂ ଏମବି ଚେକିଂ କରୁଥିବାବେଳେ ଟନେଲ କ୍ୟାମ୍ପ ଗ୍ରାମ ନିକଟଠାରୁ ମାତ୍ର କିଛି ଦୁରରେ ୫ଟି ଜରି ବ୍ୟାଗ ରହିଥିବା ଦେଖିବାକୁ ପାଇଥିଲେ। ଏହି ବ୍ୟାଗକୁ ପୁଲିସ ଯାଞ୍ଚ କରିବାକୁ ଯିବା ସମୟରେ ଦୁଇ ଜଣ ବ୍ୟକ୍ତି ଖସି ପଳାଉଥିବାବେଳେ ଧରାପଡିଥିଲେ ।ସେମାନଙ୍କୁ ସନ୍‌ଦେହରେ ଧରି ପଚରାଉଚରା ସହ ଜରି ବ୍ୟାଗକୁ ଯାଞ୍ଚ କରିବାପରେ ବ୍ୟାଗରେ ଗଞ୍ଜେଇ ରଖାଯାଇଥିବାର ଜାଣିବାକୁ ପାଇଥିଲେ ।ଏହି ଗଞେଇ ପଡୋଶୀ ରାଜ୍ୟକୁ ଚାଲାଣ କରାଯିବା ପାଇଁ ରଖାଯାଇଥିବା ଜଣାପଡିଥିଲା। ଏହି ଘଟଣାରେ ବୁଦୁ ହରିଜନ ଏବଂ ବୁଦ୍ରା ହରିଜନ ନାମକ ବ୍ୟକ୍ତିକୁପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.