୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର

0 184

ଢେଙ୍କାନାଳ,୨୦/୬(ଏସଏସନିୟୁଜ) ଢେଙ୍କାନାଳର ଆଛନ୍ଦ ଗ୍ରାମରୁ ଶନିବାର ଏକ ୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର ହୋଇଛି । ପରେ ତାକୁ କପିଳାସ ରେଞ୍ଜ ଜଙ୍ଗଲରେ ଛାଡିଦିଆ ଯାଇଥିବାର ଜଣାପଡିଛି ।ଦିବସାହୁ ନାମକ ବ୍ୟକ୍ତି ନିଜ ଜାଗାରେ ଜେସିବି ସାହାଯ୍ୟରେ ମାଟି ଖୋଳୁଥିବା ବେଳେ ଏହି ସାପଟିକୁ ଦେଖିବାରୁବନ୍ୟ ଫାଉଣ୍ଡେସନ ଟିମ କୁ ଡାକିଥିଲେ ।ଏହିଟିମ୍ ର ସଦସ୍ୟମାନେ ଆସି ୨ ଘଣ୍ଟା କାଳ ଉଦ୍ୟମ ପରେ ୧୨ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରି କପିଳାସ ଜଙ୍ଗଲରେ ଛାଡିଥିଲେ ।

Leave A Reply

Your email address will not be published.