୧୩୨କେଜି ଭାଙ୍ଗ ଜବତ

ବାରଙ୍ଗ,୧୫/୧୨(ଏସଏସନିଉଜ)କଟକ ଅବକାରୀବିଭାଗ ଗୁରୁବାରଦିନ ନରାଜମାର୍ଥାପୁର ଷ୍ଟେସନରୁ ୧୩୨କେଜି ଭାଙ୍ଗ ଜବତ କରିବାସହ ଜଣେ ମହିଳାଙ୍କୁ ଗିରଫ କରିଛନ୍ତି ।ଗିରଫ ମହିଳାହେଲେ ଯାଜପୁରଟାଉନଥାନା ଅଧିନସ୍ଥ ମୁଣ୍ଡମାଳା ଗ୍ରାମର ସଂଜୁବେହେରା ।ଅବକାରୀବିଭାଗ କୈାଣସିସୁତ୍ରରୁ ଖବରପାଇ ନରାଜମାର୍ଥାପୁର ଷ୍ଟେସନ ଉପରେ ଚଢଉ କରି ସଂଜୁଙ୍କଠାରୁ ଦୁଇଟିବ୍ୟାଗ ଓ ଦୁଇଟି ମୁଣିରେ ଭର୍ତି ୧୩୨କେଜି ଭାଙ୍ଗକୁ ଜବତ କରିବାସହ ମହିଳାଙ୍କୁ ଗିରଫକରିଥିଲା । ଏହି ଭାଙ୍ଗ ବିହାରରୁ ଆସିଥିବାର ପଚରାଉଚରାବେଳେ ମହିଳାଜଣଙ୍କ ଅବକାରୀବିଭାଗ ଆଗରେ ମାନିଥିବାବେଳେ ଜବତ ଭାଙ୍ଗର ଆନୁମାନିକ ମୁଲ୍ୟ ୧ଲକ୍ଷ୩୨ହଜାରେ ଟଙ୍କା ହେବ ବୋଲି ଜଣାପଡିଛି ।

- Advertisement -

Leave A Reply

Your email address will not be published.