୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

0 192

ଭୁବନେଶ୍ୱର,୧୪/୬(ଏସ ଏସ ନିଇଜ) କରୋନା ମହାମାରୀ ଯୋଗୁଁ ଦେଶରେ ବନ୍ଦ ଥିବା ଐତିହ୍ୟସ୍ଥଳଗୁଡିକ ଆସନ୍ତା ୧୬ ତାରିଖରୁ କୋଭିଡ କଟକଣା ଭିତରେ ଏସବୁ ଐତିହ୍ୟସ୍ଥଳ ଖୋଲିବାକୁ ଅନୁମତି ମିଳିଛି।ଏବେ ସଂକ୍ରମଣ କମିବା ପରେ ଏହାକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଦେଶରେ କରୋନାର ଦ୍ୱିତୀୟ ଲହର ପାଇଁ ଏପ୍ରିଲ ୧୫ରୁ ଐତିହ୍ୟସ୍ଥଳଗୁଡିକ ବନ୍ଦ କରାଯାଇ ଥିଲା । ଏ ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ରାଜ୍ୟର ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ୧୬ ତାରିଖରୁ ଖୋଲିବା ନେଇ ଏଏସ୍ଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ରାଜ୍ୟ ପକ୍ଷରୁ ଜାରି ହୋଇଥିବା ସମସ୍ତ କଟକଣାକୁ ପାଳନ କରାଯିବା ସହ  ପର୍ଯ୍ୟଟକଙ୍କ ସଂଖ୍ୟାକୁ ଦେଖି ନିର୍ଦ୍ଦିଷ୍ଟ ଏସଓପି ପାଳନ କରାଯିବାକୁ କୁହାଯାଇଛି ।

Leave A Reply

Your email address will not be published.