୧୯ ରୁ ୨୨ ବିଜେପିର ଜନ ଆଶିର୍ବାଦ୍ ଯାତ୍ରା

0 192

ଭୁବନେଶ୍ୱର, ୧୪/୮(ଏସଏସନିୟୁଜ) ଅଗଷ୍ଟ ୧୯ ରୁ ୨୨ ପର୍ଯ୍ୟନ୍ତ ଓଡିଶାରେ ବିଜେପି କରିବ ଜନ ଆଶିର୍ବାଦ୍ ଯାତ୍ରା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଗଷ୍ଟ ୧୯ରେ ଭୁବନେଶ୍ୱରରେ ପୁରୀରୁ ଏହି ଯାତ୍ରା ଆରମ୍ଭ କରିବେ । ଅଗଷ୍ଟ ୧୯ ରୁ ୨୨ ପର୍ଯ୍ୟନ୍ତ ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, କଟକ ଏବଂ ଖୋର୍ଦ୍ଧାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବେ। ଏହି ଯାତ୍ରା ସମୟରେ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ବିଜେପି ସାରା ଦେଶରେ ଏହି କାର‌୍ୟ୍ୟକ୍ରମ ଆୟୋଜନ କରିବ। ମୋଦୀ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟକୁ ନେବା ଉଦେଶ୍ୟରେ ଏହି ଜନସମାବେଶ ଯାତ୍ରା ସାରା ଦେଶରେ ୧୪୨ଦିନ ବ୍ୟାପି ଚାଲିବ ବୋଲି ରାଜ୍ୟ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲାକ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.