ଭିମସାରରେ ୨ ଶିଶୁ କରୋନା ପଜିଟିଭ୍‌

0 178

ସମ୍ବଲପୁର , ୧୪/୮(ଏସଏସନିୟୁଜ)ଆଗକୁ ଆସୁଥିବା ତୃତୀୟ ଲହରରେ ବିଶେଷକରି ଛୋଟ ଛୁଆମାନଙ୍କ ଉପରେ ଏହାର ପ୍ରଭାବ ପଡିବ ବୋଲି ଚର୍ଚ୍ଚା ଯୋର ଧରିଥିବାବେଳେ ଆଜି ବୁର୍ଲା ଭିମସାରରେ ଦୁଇ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ଜଣେ ୮ ମାସର ଶିଶୁ ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ଉଭୟ ଶିଶୁ ଅସୁସ୍ଥତା ଯୋଗୁଁ ଭିମସାରରେ ଭର୍ତ୍ତି ହୋଇଥିଲେ। ଏମାନଙ୍କୁ ସ୍ୱତନ୍ତ୍ର ଚାଇଲ୍ଡ କୋଭିଡ୍ ୱାର୍ଡରେ ଉଭୟଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଦୁହେଁ ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

Leave A Reply

Your email address will not be published.